ଗୋ-ମାଂସ ବୋଝେଇ କାରକୁ ଅଟକାଇଲେ ସ୍ଥାନୀୟ ଲୋକ
ଭଦ୍ରକ ୧୨/୦୫ ( ମାନସ କୁମାର ସାହୁ ) : ଆରଡ଼ି ଛକରେ ଏକ ଧଳା ରଙ୍ଗର କାରରେ ଗୋ ମାଂସ ଚାଲାଣ ହେଉଥିବାର ଖବରପାଇ , ସ୍ଥାନୀୟ ଲୋକ ତୁରନ୍ତ ଛକରେ ଯାଉଥିବା କାରର ପିଛା କରି କାରଟିକୁ ଅଟକାଇ ସେଥିରେ ଥିବା ବହୁମାତ୍ରାରେ ଗୋ ମାଂସା ପ୍ଲାଷ୍ଟିକ ଆଖରେଥିବା ଚାଲାଣ ହେଉଥିବା ଦେଖି ଲୋକ ଅଧିକ ଉତ୍ୟକ୍ତ ହୋଇ କାର ର ଡୋର କାଚ ଭାଙ୍ଗି ଭୁଙ୍ଗି ଦେଇଥିଲେ।ଭଦ୍ରକ ଜିଲ୍ଲାରେ ବାରମ୍ବାର ଏଭଳି ଗୋ ମାଂସା ଚାଲାଣ ଓ ଗୋ ଚାଲାଣ ଭଦ୍ରକ ଜିଲ୍ଲା ପ୍ରଶାସନ କୌଣସି ଦୃଡ଼ ପଦକ୍ଷେପ ନେଉନାହାନ୍ତି ବୋଲି ଭଦ୍ରକ ଜିଲ୍ଲା ଗୋ ରକ୍ଷକ ସଂଘ ତରଫରୁ ପ୍ରତିବାଦ।ଖବରପାଇଘଟଣା ସ୍ଥଳେ ପୋଲିସ ପହଂଚି କାରରେ ଥିବା ଲୋକଙ୍କୁ ଅଟକ ରଖି ତଦନ୍ତ ଚଳାଇଥିବାର ର ସୂଚନା ମିଳିଛି।