Hot Posts

6/recent/ticker-posts

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଲୋକଙ୍କ ପାଇଁ ତ୍ରାଣକର୍ତ୍ତା ସାଜିଲେ ଆଡଭୋକେଟ ସରୋଜ ଛୋଟରାୟ।

ବୋଲଗଡ଼, ୨୪/୦୫ (ସୁଶାନ୍ତ କୁମାର ପ୍ରଧାନ) : ରାଜ୍ୟ ସାରା ଏବେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ସନ୍ତୁଳି ହେଉଛି। ଦିନକୁ ଦିନ ତାପମାତ୍ରା ବଢୁଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳିରେ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏଭଳି ପରିସ୍ଥିତିରେ ଘରୁ ବାହାରିବା ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ଅନ୍ତର୍ଗତ ସୁଆଁଳ ଛକ ଠାରେ ଆଡଭୋକେଟ ସରୋଜ କୁମାର ଛୋଟରାୟ ପ୍ରଚଣ୍ଡ ତାପମାତ୍ରାକୁ ଆଖି ଆଗରେ ରଖି ଦହିପଣା ଓ ଜଳଛତ୍ର ପାଇଁ ସେ ସ୍ଥାନୀୟ ଯୁବଗୋଷ୍ଠୀଙ୍କୁ ଆର୍ଥିକ ସହାୟତା କରିଥିଲେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଥଣ୍ଡା ପାଣି, ଦହିପାଣି ଓ ଚଲା ବଣ୍ଟନ କରାଯାଇଥିଲା। ତୀବ୍ର ଖରା ଓ ଅସହ୍ୟ ଗରମ ମଧ୍ୟରେ ଏହି ସେବା କାର୍ଯ୍ୟ ଲୋକମାନଙ୍କୁ ବହୁତ ଆରାମ ଦେଇଥିଲା। ଅନେକ ଲୋକ ଦହିପାଣି ଓ ଥଣ୍ଡା ପାଣି ପାଇ ଖୁସି ପ୍ରକାଶ କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଏହି ମାନବିକ ପଦକ୍ଷେପକୁ ଭୁରିଭୁରି ପ୍ରଶଂସା କରିଥିଲେ। ଏଭଳି ଉଦ୍ୟମକୁ ସ୍ଥାନୀୟ ଅଞ୍ଚଳରେ ଉଚ୍ଚ ପ୍ରଶଂସା କରାଯାଉଛି। ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଏଭଳି ଅସହ୍ୟ ଗରମ ସମୟରେ ଲୋକଙ୍କ ପାଇଁ ପାଣି ଓ ଦହିପାଣି ବଣ୍ଟନ କରିବା ଏକ ମହତ୍ କାର୍ଯ୍ୟ। ଏଥି ସହିତ ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ଜଳ ଛତ୍ର ଖୋଲାଯିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି।