କଳାହାଣ୍ଡି, ୨୭/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ପ୍ରକାଶ ପାଇଛି ଓଡିଶା ପ୍ରଶାସନିକ ସେବା (ଓପିଏସଇ) ପରୀକ୍ଷା ଫଳ। ଏଥିରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ର ଅମନ ଗୋୟଲ ରାଜ୍ୟ ରେ ୬ ଷ୍ଠ ସ୍ଥାନ ଅଧିକାର କରି କଳାହାଣ୍ଡି ଓ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଅମନ ଲଡୁଗାଁ ସରସ୍ୱତୀ ଶିଶୁ ମନ୍ଦିର ରେ ୭ ଶ୍ରେଣୀ ପର୍ଯ୍ୟନ୍ତ ଅଧ୍ୟୟନ ପରେ ନବରଙ୍ଗପୁର ରେ ମାଟ୍ରିକ ପରୀକ୍ଷା ଓ ବରଗଡ଼ ବିକାଶ ଶିକ୍ଷାନୁଷ୍ଠାନ ରେ ଯୁକ୍ତ ୨ ରେ ପାଶ କରିବା ପରେ ୨୦୨୧ ରେ (ସିଏ) ଚାଟାର୍ଡ ଏକାଉଣ୍ଟଟେଣ୍ଟ ରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଓଡିଶା ପ୍ରଶାସନିକ ସେବା ପାଇଁ କୋଚିଂ ନେଇ ପ୍ରଥମ ଚେଷ୍ଟା ରେ ସଫଳତା ହାସଲ କରିଛନ୍ତି। ଲଡୁଗାଁ ଗ୍ରାମର ସ୍ବର୍ଗତ ରମେଶ ଗୋୟଲ ଓ ଗାଯାତ୍ରୀ ଗୋୟଲ ଙ୍କ ଦ୍ଵିତୀୟ ସୁପୁତ୍ର ହେଉଛନ୍ତି ଅମନ ଗୋୟଲ ରାଜ୍ୟରେ ୬ଷ୍ଠ ସ୍ଥାନ ଅଧିକାର କରି କଳାହାଣ୍ଡି ଜିଲ୍ଲା ଓ କୋକସରା ବ୍ଲକ ପାଇଁ ଗୌରବ ଆଣିଛନ୍ତି। ଆଜି ଅମନ ଗୋୟଲ ନିଜ ଗାଁ ଲଡୁଗାଁ ରେ ପହଞ୍ଚିବା ପରେ ଲଡୁଗାଁ ମାରୱାଡି ଯୁବାମଞ୍ଚ ଓ ଗ୍ରାମବାସୀ ଙ୍କ ପକ୍ଷରୁ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ସହ ଏକ ଶୋଭାଯାତ୍ରାରେ ତାଙ୍କୁ ବାଜଗଜା ବଜାଇ ପାଛୋଟି ନେଇଥିଲେ। ସଫଳତା ର ଶ୍ରେୟ ସେ ନିଜ ମା ବଡ଼ ଭାଇ ଙ୍କୁ ଦେଇଥିବା ବେଳେ ଆଗକୁ ସେ ଜଣେ ପ୍ରଶାସନିକ ଅଧିକାରୀ ଭାବେ ଲୋକଙ୍କ ସେବା କରିବେ ବୋଳି ପ୍ରତିକ୍ରିୟା ଦେଇ କହିଛନ୍ତି।
ରିପୋର୍ଟ--- ବିଷ୍ଣୁ ଚରଣ ସ୍ୱାଇଁ, କଳାହାଣ୍ଡି

