Hot Posts

6/recent/ticker-posts

ଓ ସି ଏସ୍ ପରୀକ୍ଷାରେ ଚତୁର୍ଥ ଆସିଲେ କେସିଙ୍ଗା ନଗର ଝିଅ କନକ ପ୍ରଭା ଜୈନ

କେସିଙ୍ଗା, ୨୭/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) :  ଓଡ଼ିଶା ସରକାର ଙ୍କ ଅଧିନସ୍ଥ ଓ ସି ଏସ୍ ପରୀକ୍ଷା ୨୦୨୪ ର ପରୀକ୍ଷା ଫଳ ପ୍ରକାଶିତ ହୋଇ ଯାଇଛି। ପ୍ରକାଶିତ ପରୀକ୍ଷା ଫଳ ଅନୁଯାୟୀ କେସିଙ୍ଗା ର କନକ ପ୍ରଭା ଜୈନ ବାପା ସନ୍ତୋଷ କୁମାର ଜୈନ ଓ ମା ନାମିତ ଜୈନ ସମଗ୍ର ରାଜ୍ୟରେ ଚତୁର୍ଥ ରେଙ୍କ ରେ ଓ ପି ଏସ ସି ପରୀକ୍ଷା କ୍ଲିଅର୍ କରି କେସିଙ୍ଗା ସମେତ ସମଗ୍ର କଳାହାଣ୍ଡି ଜିଲ୍ଲା କୁ ଗୌରବାନିତ କରିଛନ୍ତି। ତାଙ୍କ ର ଘର କେସିଙ୍ଗା ଗୌରୀଶଙ୍କର ମନ୍ଦିର ଗଳିରେ | ବାପା ଜଣେ ଅଞ୍ଚଳର ଜଣା ଶୁଣା ବ୍ୟବସାୟୀ। ପରିବାରର | ସୂଚନା ଅନୁଯାୟୀ କନକ ଜୈନ ଙ୍କ ପ୍ରାଥମିକ ଶିକ୍ଷା କେସିଙ୍ଗା ଦ୍ରୋଣାଚାର୍ଯ୍ୟ ସ୍କୁଲ ରୁ ଆରମ୍ଭ ହୋଇ ପରେ ପରେ ରେ ରାଜ୍ୟ ବାହାରେ ପଢ଼ୀ ଆଇ ଏ ଏସ ପାଇଁ ଚେଷ୍ଟା ଚଳାଇଥିଲେ। ଖବର ପ୍ରକାଶ ପାଇବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ଓ ତାଙ୍କର ଏହି କୃତକାର୍ଯ୍ୟ ପାଇଁ କଳାହାଣ୍ଡି ଜିଲ୍ଲା ବିଜେପି ସଭାପତି ଯୁଗଳ କିଶୋର ପୋଢ଼ ଓ କେସିଙ୍ଗା ନଗର ପାଲ ନୃପରାଜ୍ ଯାଦବ, ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ବିଭିନ୍ନ ରାଜନୈତିକ ଦଳର ସଭାପତି, କେସିଙ୍ଗା ସିଟି ଜନ ଫୋରମ୍ ର ସଭାପତି ଡାକ୍ତର ହେମସାଗର ସାହା ଙ୍କ ସମେତ ସହରର ବିଭିନ୍ନ ସଙ୍ଗଠନ ତଥା ବୁଦ୍ଧିଜିବୀ ଙ୍କ ପକ୍ଷରୁ କନକ ଜୈନ ଙ୍କୁ ତାଙ୍କ ସଫଳତା ପାଇଁ ଶୁଭେଛା ଜଣାଇଛନ୍ତି। ଦ୍ରୋଣାଚାର୍ଯ୍ୟ ସ୍କୁଲ ର ପରିବାର କନକ ଜୈନ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି |



କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ