ଜିଲ୍ଲା କାରାଗାରରେ ଯକ୍ଷ୍ମା ମୁକ୍ତ ଶିବିର ଆୟୋଜିତ
ଫୁଲବାଣୀ, ୦୬/୦୫ ( ଅଚ୍ୟୁତ ଜାନୀ ) : ଫୁଲବାଣୀ ସ୍ଥିତ ଜିଲ୍ଲା କାରାଗାର ପରିସରରେ ୧୦୦ ଦିନିଆଁ “ଯକ୍ଷ୍ମା ମୁକ୍ତ ଭାରତ” ଅଭିଯାନ ଅନୁସାରେ ଏକ ଯକ୍ଷ୍ମା ମୁକ୍ତ ଶିବିର ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି ଶିବିରରେ ୮୨ ଜଣ ଅନ୍ତେବାସୀଙ୍କର ଯକ୍ଷ୍ମା ରୋଗ ନିଦାନ ପାଇଁ ଛାତିର ଏକ୍ସ-ରେ ସ୍କାନିଂ କରାଯାଇଥିଲା। ସେହିପରି ଜିଲ୍ଲାର ଅନ୍ୟ ଦୁଇଟି କାରାଗାର—ବାଲିଗୁଡା ଏବଂ ଜି. ଉଦୟଗିରିରେ ମଧ୍ୟ ଏପରି ଶିବିର ଆୟୋଜନ କରାଯିବ ବୋଲି ସୂଚନା ମିଳିଛି।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଟିବି-ଏଚଆଇଭି ସଂଯୋଜକ ସୁନୀଲ କୁମାର ପାତ୍ର, ଜିଲ୍ଲା ପିପିଏମ ସଂଯୋଜକ ଅମିଦ ବିଷୋୟୀ , ଟିବି ଏଚଭି ଅନିତା ସାହୁ, ଜିଲ୍ଲା କାରାଗାର ସୁପରିଣ୍ଟେଣ୍ଡେଣ୍ଟ ସତ୍ୟ ପ୍ରକାଶ ସ୍ୱାଇଁ ସହ ଅନ୍ୟାନ୍ୟ କର୍ମଚାରୀମାନେ ସକ୍ରିୟ ସହଯୋଗ କରିଥିଲେ। ଏପରି ପ୍ରୟାସ ଦ୍ୱାରା କାରାଗାରରେ ଅନ୍ତେବାସୀମାନଙ୍କ ମଧ୍ୟରେ ଯକ୍ଷ୍ମା ରୋଗର ପ୍ରତିରୋଧ ଓ ସମୟୋପଯୋଗୀ ଚିକିତ୍ସା ସୁନିଶ୍ଚିତ କରିବାକୁ ଉଦ୍ୟମ ଜାରି ରହିଛି।