ଧୋଡ୍ରା ପାରମ୍ପାରିକ ପାଟ ବାଲିଯାତ୍ରା ଉଦଯାପିତ
ଝରିଗାଁ, ( ନକୁଲ ଭତରା ) : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଧୋଡ୍ରା ପଂଚାୟତ ସଦର ମହକୁମା ସ୍ଥିତ ଶୁକୃ ପୂଜାରୀଙ୍କ ଘର ସାମନାରେ ତିନି ମାସ ଧରି ଚାଲିଥିବା ବାଲିଯାତ୍ରା ଚଳିତ ମାସର ୯ ତାରିଖ ଶନିବାର ଦିନ ଶେଷ ହୋଇଛି |ଦୀର୍ଘ ୬୦ବର୍ଷ ପରେ ପୁଣିଥରେ ଗ୍ରାମବାସୀ ଏକତ୍ରିତ ହୋଇ ଗ୍ରାମରେ ବାଲିଯାତ୍ରା କରିବା ପାଇଁ ମନସ୍ଥ କରିଥିଲେ |ଏନେଇ ଗ୍ରାମର ଗ୍ରାମବାସୀ ଏକ ବୈଠକ କରି ଚାନ୍ଦା ଧାର୍ଯ୍ୟ କରିଥିଲେ ଓ ଗୁରୁ ମାଇନି ଙ୍କୁ ନିମନ୍ତ୍ରଣ କରି ଶୁଭଖୁଣ୍ଟ ସ୍ଥାପନ କରି ବାଲିଯାତ୍ରା ଆରମ୍ଭ କରିଥିଲେ |ଗୁରୁ ମାଇନି ବିଧିବଦ୍ଧ ଭାବେ ପୂଜାର୍ଚନା କରିବା ସହିତ କୁରୁଣ୍ଡା ଭିମା,କୁଧୁନି ,ଜଳକାମିନି, ମାହାଲାକାରି , ବାୟା ଭୀମା, ଶିଶିରିଆ ଭାମl, ଦୁମନି ,ରାୟମତି ,ବଳମତି ,ଗଂଜାଆ ବୀମାଯାକଡା ଭୀମା, ଲାଡରୀ, କନ୍ଦନି ଭଳି ଶତାଧିକ ଦେବାଦେବୀଙ୍କୁ ଆବାହନ କରିଥିଲେ |କୁମାରୀ ଝିଅ, ପୁଅ, ବିବାହିତା ମହିଳା ଓ ପୁରୁଷ ମାନଙ୍କ ଦେହରେ ବିରାଜିତ ହୋଇ ଦେବାଦେବୀ ମାନେ ତିନି ମାସ ଧରି ନୃତ୍ୟ କରିଥିଲେ |ଦେବାଦେବୀ ମାନଙ୍କ ଏହି ମନୋହର ନୃତ୍ୟ ଦେଖିବା ପାଇଁ ଆଖପାଖ ଅଞ୍ଚଳର ଶତାଧିକ ଜନସାଧାରଣ ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ବାଲି ମଣ୍ଡପରେ ଭିଡ଼ ଜମାଉଥିବା ଦେଖିବାକୁ ମିଳୁଥିଲା |ଜନସାଧାରଣ ମାନଙ୍କ ମନରଞ୍ଜନ ପାଇଁ ବାଲି ଆରମ୍ଭ ଦିନ, ବାଲି ଉଠେଇଳା ଦିନ ଓ ବିହନ ବୁଣିଲା ଦିନ ଦେଶିଆ ନାଟକ ସବୁର ଆୟୋଜନ କରାଯାଇଥିଲା |ବଲି ବୁଣିବାର ନଅ ଦିନ ପରେ ବାଲିଯାତ୍ରା ଶେଷ ହେବା ପରେ ତାର ପରଦିନ ଭିମା ସହିତ କୁନ୍ଦିନୀ ଭୀମା ର ବିଭାଘର ସମ୍ପନ୍ନ ହୋଇଥିଲା |ବାଲିଯାତ୍ରାର ଶେଷ ଦିନ ବାଲିଯାତ୍ରା କମିଟି ପକ୍ଷରୁ ରାତ୍ରିରେ ଦୁଇଟା ଦେଶିଆ ନାଟକ ସାଙ୍ଗକୁ ମିନା ବଜାର ର ମଧ୍ୟ ଆୟୋଜନ କରାଯାଇଥିଲା |ବାଲିଯାତ୍ରା ପଡିଆରେ ଶତାଧିକ ଉଠା ଦୋକାନୀ ଦୋକାନ ସବୁ ବସେଇ ଭଲ ବ୍ୟବସାୟ କରିଥିବା ବେଳେ ସହସ୍ରାଧିକ ଜନସାଧାରଣ ଭିଡ଼ ଜମେଇଥିବା ଦେଖିବାକୁ ମିଳିଥିଲା ଭଗବାନ ପୂଜାରୀ,ସମରୁ ପୂଜାରୀ,ବିଡ୍ରି ପୂଜାରୀ ବଡ ପୂଜାରୀ ,ସମେତ ବାଲିଯାତ୍ରାର ପରିଚାଳନା କମିଟିର ସଦସ୍ୟ ସଭାପତି ଅରୁଣ ପନକା, ଉପସଭାପତି ମାଧବ ଭତରା, ପ୍ରମୁଖ ଉପସ୍ଥିତିରେ ଆଖ ପାଖ ଅଂଚଳର ସହସ୍ରାଧିକ ଦେବଦେବୀ , ଲାଠି,ବିମାନ , ଶିରା , ପୂଜାରୀ, ଗଣ୍ଡା, ଚାଲାଣ ,ମାଝୀ,ସମରଥ, ଉଦଯାପିତ ଉତ୍ସବରେ ଯୋଗଦେଇ ଥିଲେ| ବାଲିଯାତ୍ରାରେ ସଭାପତି ମାନେ ମୁଖ୍ୟ ଭୂମିକା ତୁଲେଇଥିବା ବେଳେ ଗ୍ରାମର ଜନସାଧାରଣ ବାଲିଯାତ୍ରାକୁ ସଫଳ କରିବା ପାଇଁ ପୂର୍ଣ୍ଣ ସହଯୋଗ କରିଥିଲେ