Hot Posts

6/recent/ticker-posts

ବକଡ଼ା ବେଢା ନାଇଟ କ୍ରିକେଟ ସିଜନ୍ ୩ ଟୁର୍ନାମେଣ୍ଟ ୨୦୨୬ ଉଦଯାପିତ

ଝରିଗାଁ, ୩୦/୦୫ ( ନକୁଳ ଭତ୍ରା ) : ଜ଼ିଲ୍ଲା ଝରିଗାଁ ବ୍ଲକ ର ବାକଡା ବେଢା ପଂଚାୟତ ର ସଦର ସ୍ଥିତ ବକଡା ବେଢା ନୂତନ ହାଇସ୍କୁଲ କ୍ରିକେଟ ପଡିଆ ଠାରେ ବକଡା ବେଢା ସିଜନ୍ ୩ ନାଇଟ କ୍ରିକେଟ ଟୁର୍ନାମେଣ୍ଟ ୨୦୨୬ ଅତିଆଡ଼ମ୍ବର ସହକାରେ ଉଦଯାପିତ ହୋଇଯାଇଛି l ଏହି ଉଦଜାପିତ ମେଚ ରେ ଜିଲ୍ଲା ଯୋଜନା ବର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀ ତଥା ଝରିଗାଁ ବିଧାୟକ ନରସିଂହ ଭତ୍ରା ମୁଖ୍ୟଅତିଥି ଭାବେ ଯୋଗଦେଇ ବିଜୟୀ ଦଳ( AAHAN )କ୍ରିକେଟ ଟିମ୍ ତୁରୁଞ୍ଜିଙ୍କୁ ଟ୍ରଫି ସହ ନଗଦ ୪୦,୦୦୦ ହଜାର ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ଉପବିଜେତା (DARGER) ୧୧ ବେନ୍ କ୍ରିକେଟ ଟିମ୍‌କୁ ମଧ୍ୟ ଟ୍ରଫି ସହ ନଗଦ ୨୫,୦୦୦ ହଜାର ପୁରସ୍କାର ପ୍ରଦାନ କରିଥିଲେ l ମୁଖ୍ୟଅତିଥି ଗୌରୀଶଙ୍କର ମାଝୀ ଏବଂ ବିଧାୟକ ନରସିଂହ ଭତ୍ରା ପହଂଚିବା ପରେ ତାଙ୍କୁ ବକଡ଼ା ବେଢା କ୍ରିକେଟ କମିଟି ର ସଭାପତି ପିତାମ୍ବର ମାଝୀ ଙ୍କ ସମତେ ଟୁର୍ନାମେଟ ର ସମସ୍ତ କର୍ମକର୍ତା ପାରମ୍ପରିକ ନାଚଗୀତ ମାଧ୍ୟମ ରେ ସ୍ୱାଗତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଅନ୍ୟତମ ଅତିଥି ,ଧୋଡ୍ରା ମଣ୍ଡଳ ସଭାପତି ଭୁଜବଳ ଗୌଡ ଙ୍କ ସମତେ ବହୁ ବ୍ୟକ୍ତି ଉପସ୍ଥିତ ରହି ଥିଲେ l ପ୍ରଥମେ ଅଥିତି ଙ୍କ ଦ୍ୱାରା ଜଗତ ର ନାଥ ଜଗନ୍ନାଥ ଙ୍କ ଫୋଟ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ୱଳନ ସହିତ ପୁଷ୍ପା ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ l ଏହି ଟୁର୍ନାମେଣ୍ଟ ୨୨ ତାରିଖ ରୁ ଆରମ୍ଭ ହୋଇ ୨୯ ମେ ରେ ଫାଇନେଲ ଖେଳ ଅନୁଷ୍ଠିତ ହୋଇଥିଲା l ଏହି ଟୁର୍ନାମେଣ୍ଟ ରେ ସର୍ବମୋଟ ୨୦ ଗୋଟି ଦଳ ଭାଗ ନେଇଛନ୍ତି l ଉଦଯାପନୀ ଖେଳ DARGER ୧୧ ବେନ ଓ AAHAN ୧୧ ବେନ ମଧ୍ୟ୍ୟ ରେ ଅନୁଷ୍ଠିତ ହୋଇଥିଲା l ମୁଖ୍ୟଅତିଥି ଗୌରୀଶଙ୍କର ମାଝୀ ନିଜ ବକ୍ତବ୍ୟ ରେ କହିଥିଲେ ଜେ l ଏହି ଖେଳ ଦ୍ୱାରା ଆମ ମାନକ ମଧ୍ୟ୍ୟ ରେ ଭାଇଚାରା ସୃଷ୍ଟି ହୁଏ ବୋଲି l ଜିଲ୍ଲା ଯୋଜନା ବର୍ଡ ଅଧ୍ୟକ୍ଷ ଗୌରୀଶଙ୍କର ମାଝୀଙ୍କୁ ଖେଳାଳି ମାନଙ୍କ ନିମତେ ଏକ ଷ୍ଟାଡିୟମ କରିବା ନିମନ୍ତେ ଗ୍ରାମବାସୀ ଅନୁରୋଧ କରିଥିଲେ l ଦୀର୍ଘ ଏକ ସପ୍ତାହ ଧରି ଏହି ଟୁର୍ନାମେଣ୍ଟ କରିବା ନିମନ୍ତେ ଶିବରାମ ଭତ୍ରା,ଭୋଜନ କଳାର,ଯୁଗସାଇ କଳାର ,ପ୍ରଭାକର ଗାଁଉଟିଆ,ସୋରଜ୍ ସାହୁ,ଆଲୋକ ଗୌଡ଼,ଯୋଗେଶ୍ୱର କଳାର,ସହଦେବ ପନକା,ସାଜିତ ଖାନ୍ ଙ୍କ ଅକ୍ଲାନ୍ତ ପରିଶ୍ରମ ପାଇଁ ଏହି କାର୍ଯ୍ୟକ୍ରମ ର ଆରମ୍ଭ ହୋଇ ଶେଷ ହୋଇଥିବା ରୁ ଅତିଥି ମାନେ ଉକ୍ତ ବ୍ୟକ୍ତି ଙ୍କୁ ଅଭିନନ୍ଦନ ଜଣାଇଥିଲେ |