ନୂଆପଡାର ୫ ଭିନ୍ନକ୍ଷମଙ୍କୁ ମିଳିଲା ବ୍ୟାଟେରୀ ଚାଳିତ ତିନି ଚକିଆ ସାଇକେଲ
ସିନାପାଲି, ୧୦/୦୫ (ପରମେଶ୍ୱର ମେହେର ) : ଗତକାଲି ବଲାଙ୍ଗୀର ଅଲିମକୋ କାର୍ଯ୍ୟାଳୟ ଠାରେ ନୂଆପଡ଼ା ଜିଲ୍ଲାର ୫ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ଜିଲ୍ଲା ଭିନ୍ନକ୍ଷମ ସମିତି ନୂଆପଡ଼ାର ସମ୍ପାଦକ ଦିଲ୍ଲୀପ କୁମାର ଷଡଙ୍ଗୀ ଙ୍କ ନେତୃତ୍ବରେ ମେ।ଟର ଚାଳିତ ତିନି ଚକିଅ। ସ।ଇକଲ ପ ଦ।ନ କରାଗଲା । ଏହି ବ୍ଲକ ସାଇକଲ ସିନାପାଲି ବ୍ଲକ ନିଲଜୀ ଗ୍ରାମ ର ଅଚ୍ୟୁତ ସୁନା ସୁନାନୀ, ଖଡିଆଳ ଗୋଡତାଲା ଗ୍ରାମ ର ବରୁଣ ମଲିକ, କୋମନା ବ୍ଳକ ଦିଆମୁଣ୍ଡା ଗ୍ରାମ ର ପୁର୍ଣିମାଝୀ , ବୋଡ଼େନ ବ୍ଲକ ଖଇରଭାଡି ଗ୍ରାମ ର ଶ୍ରୀ କାନ୍ତ ହଂସ, ଓ ବୋଡ଼େନ ବ୍ଲକ ଭେରୁଆମଲ୍ ‘ ଗ୍ରାମର ସହଦେବ ବାଗ ଙ୍କୁ ଦିଆଗଲା । ଆଲିମକୋ ବଲାଙ୍ଗୀର ଇନ୍ସାର୍ଜ ସୁରେନ୍ଦ୍ର ଭୋଇ ସମସ୍ତ ଭିନ୍ନକ୍ଷମ ଙ୍କୁ ବ୍ୟା ବ୍ୟାଟେରୀ ଗାଡି ପ୍ରଦାନ କରିଥିଲେ। ଶ୍ରୀ ଭୋଇଙ୍କ ଏଭଳି ସେବା କାର୍ଯ୍ୟକୁ ନୂଆପଡା ଜିଲ୍ଲା ଭିନ୍ନକ୍ଷମ ସମିତି ତରଫରୁ ବହୁତ ପ୍ରଶଂସା କରିଛନ୍ତି। ବ୍ୟାଟେରି ଚାଳିତ ତିନି ଚକିଆ ସାଇକଲ ପ୍ରାପ୍ତ କରି ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କ ମନରେ ଖୁସିର ଲହରୀ ଖେଲିଗଲା ।