ଲାଞ୍ଜିଗଡ ବ୍ଲକ ଠାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଉପସ୍ଥିତି ରେ କର୍ମୀ ସମ୍ମିଳନୀ ଅନୁଷ୍ଠିତ
କଳାହାଣ୍ଡି, ୦୮/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜିଗଡ ଗ୍ରାମ ଠାରେ ବିଶାଳ ଜନ ସମୂହ ଙ୍କ ଉପସ୍ଥିତି ରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କ ଅନୁପସ୍ଥିତି ରେ ଅନୁଷ୍ଠିତ ହୋଇ ଯାଇ ଅଛି l ସମ୍ମାନିତ ଅତିଥି ଭାବେ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟଯୋଶୀ ଯୋଗ ଦେଇ ଥିବା ବେଳେ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ତଥା ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥ ରମେଶ ଚନ୍ଦ୍ର ମାଝୀ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼, ବିଶ୍ଵନାଥ ପୁର ମଣ୍ଡଳ ସଭାପତି ତୁଳସୀ ମାଝୀ, ଉପ ସଭାପତି ରଶ୍ମି ରଞ୍ଜନ ମହାନ୍ତି, ଓ. ବି. ସି. ମୋର୍ଚ୍ଚା ସଭାପତି ମିଲନ କୁମାର ମହାପାତ୍ର ଲାଞ୍ଜିଗଡ ବ୍ଲକ ଅଧକ୍ଷା କମଳା ପାତ୍ର, ସମାଜ ସେବୀ ହରିଶଙ୍କର ପାତ୍ର ସମେତ ବରିଷ୍ଠ କର୍ମ କର୍ତା ମାନେ କାର୍ଯ୍ୟକ୍ରମ ରେ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରି ଥିଲେ ଏବଂ ଅଂଚଳ ର ବିଭିନ୍ନ ସମସ୍ୟା ବିଷୟରେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଳିଙ୍ଗ ଙ୍କୁ ଜଣାଇ ଥିଲେ ଓ ମନ୍ତ୍ରୀ ଆଗାମୀ ଦିନ ରେ ଯଥା ଶୀଘ୍ର ଏହାର ସମାଧାନ କରାଯିବା ନେଇ ପ୍ରତିଶୃତି ଦେଇ ଥିଲେ l
କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ l