Hot Posts

6/recent/ticker-posts

ଛାତ୍ରଛାତ୍ରୀ ମାନେ ଚାପଗ୍ରସ୍ତ ନ ହୋଇ ନିରନ୍ତର ଅଧ୍ୟୟନ ଜାରି ରଖିଲେ ପ୍ରତିଭା ବିକଶିତ ହୁଏ : ପଦ୍ମାକର ଗୁରୁ.

ବିଂଝାରପୁର , ୧୮|୦୫ (ପ୍ରଦୀପ କୁମାର ମଲ୍ଲିକ) : ମା ' ଥାନପତି ସାହିତ୍ୟ ସଂସଦ, ନଛିପୁର ଓ ପିପୁଲ୍ସ କେୟାର ଫାଉଣ୍ଦେସନ୍ ର ମିଳିତ ଆନୁକୂଲ୍ୟରେ ପ୍ରତିଭା ସମ୍ମାନ ସମାରୋହ ଫତେପୁର ଗ୍ରାମ ପଞ୍ଚାୟତର ମା ' ଥାନପତି ପିଠ ରେ ସଂସଦର କୋଷାଧ୍ୟକ୍ଷ ପଦ୍ମାକର ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାର ଏଡିଏମ୍ ଶ୍ରୀଯୁକ୍ତ ଅକ୍ଷୟ କୁମାର ମଲ୍ଲିକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଜାତି ଓ ରାଷ୍ଟ୍ର ନିର୍ମାଣ ଲାଗି ଶୃଙ୍ଖଳିତ ହୋଇ ଅଧ୍ୟୟନ ଜାରି ରଖିବାକୁ ପରାମର୍ଶ ଦେଇଥିଲେ. ନରସିଂହ ଚୌଧୁରୀ ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜନ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଧୈର୍ଯ୍ୟହରା ନ ହୋଇ ପରିଶ୍ରମ ଜାରି ରଖିଲେ ସଫଳତା ମିଳିଥାଏ ବୋଲି କହିଥିଲେ. ସ୍ଵପ୍ନ ଦେଖିବା ସହ ପୂରଣ କରିବାକୁ ହେଲେ ଛାତ୍ରଛାତ୍ରୀ ମାନେ ପ୍ରତ୍ୟକ କ୍ଷେତ୍ରରେ ଜାଣିବାକୁ ଇଚ୍ଛା କରି ଗୁରୁ ଓ ଗୁରୁମା ମାନଙ୍କୁ ପ୍ରଶ୍ନ ପଚାରିବାରୁ ବିରତ ନ ହେବାକୁ ଆହ୍ବାନ କରିଥିଲେ. ଛାତ୍ରଛାତ୍ରୀ ମାନେ ଚାପଗସ୍ତ ନହୋଇ ନିରନ୍ତର ପରିଶ୍ରମ ଜାରି ରଖିଲେ ପ୍ରତିଭା ବିକଶିତ ହୁଏ ବୋଲି ପରିଷଦର କୋଷାଧ୍ୟକ୍ଷ ତଥା ଖରସ୍ରୋତା ପୁସ୍ତକ ମେଳା କମିଟିର ସଭାପତି ଶ୍ରୀଯୁକ୍ତ ପଦ୍ମାକର ଗୁରୁ ମତବ୍ୟକ୍ତ କରିଥିଲେ. ସଂସଦର ସମ୍ପାଦକ ଶିକ୍ଷାବିତ୍ ରମାକାନ୍ତ ନାୟକ ଅତିଥି ମାନଙ୍କର ପରିଚୟ କବିତା ମାଧ୍ୟମରେ ପ୍ରଦାନ କରିଥିଲେ. ସମ୍ମାନୀୟ ଅତିଥି ଭାବେ ସ୍ତମ୍ବକାର ରବି ନାରାୟଣ ସାମଲ, ଶ୍ରୀଧର ସାହୁ ଓ ସୁଶାନ୍ତ କୁମାର ଜେନା ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜ ଭବିଷ୍ୟତ ନିଜେ ଗଢିବାକୁ ହେଲେ ଧର୍ଯ୍ୟ ଓ ସାହସର ସହ ନିୟମିତ ପରିଶ୍ରମ କରିବାକୁ ମତ ରଖିଥିଲେ. ସଂସଦ ଓ ଫାଉଣ୍ଦେସନ୍ ପକ୍ଷ୍ୟରୁ ଚଳିତ ମାଟ୍ରିକ୍ ପରୀକ୍ଷାରେ ଏ ୧, ଏ ୨, ବି ୧ ଓ ବି୨ ରେ ଉତ୍ତୀର୍ଣ୍ଣ ୪୨ ଜଣ ପ୍ରତିଭାବାନ୍ ଛାତ୍ରଛାତ୍ରୀ ଓ ସେମାନଙ୍କର ଅଭିଭାବକ ମାନଙ୍କୁ ଉତ୍ତରୀୟ, ଟ୍ରଫି, ପୁସ୍ତକ ଓ ମାନପତ୍ର ଦେଇ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ. ସଂସଦର ସଭାପତି ଔପନ୍ୟାସିକ ସୁଧୀର କୁମାର ଆଚାର୍ଯ୍ୟ ଧନ୍ଯବାଦ୍ ଅର୍ପଣ କରିଥିଲେ. ଏହି ସମସ୍ତ କାର୍ଯ୍ୟକ୍ରମକୁ ସର୍ବଶ୍ରୀ ଶିଶିର କୁମାର ଦାସ, ଅକ୍ଷୟ କୁମାର ସେଠୀ, ଆଲୋକ କୁମାର ଦାସ, ନାରାୟଣ ଚନ୍ଦ୍ର ଦାସ, ରାଜସ୍ମିତା ଆଚାର୍ଯ୍ୟ, ଭାଗ୍ୟଶ୍ରୀ ସାହୁ, ସନ୍ତୋଷ କୁମାର ବେଉରିଆ, ପ୍ରତିଜ୍ଞା ସାହୁ, ଅମ୍ବିକା ପ୍ରସାଦ ସାମଲ, ଭାରତ ଭୂଷଣ ମଲ୍ଲିକ, ବୈଦ୍ୟନାଥ ଜେନା, ସଙ୍କର୍ଷଣ ଦାଶ, ସୁମନ ସାହୁ, ଦେବେନ୍ଦ୍ର ସାମଲ, ନିରଞ୍ଜନ ପାତ୍ର, ମାଧବାନନ୍ଦ ଦାସ ଓ ପ୍ରମୋଦ କୁମାର ସାମଲ ପ୍ରମୁଖ ସଂଯୋଜନା କରିଥିଲେ ବୋଲି ଶ୍ରୀଯୁକ୍ତ ଗୁରୁ ସୂଚନା ଦେଇଛନ୍ତି.