Hot Posts

6/recent/ticker-posts

ରାୟଗଡ଼ା: ମା’ ମଝିଗୌରୀଙ୍କ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ

ରାୟଗଡ଼ା, ୨୧/୦୫ ( ଭି. ଗୌରି ଶଙ୍କର ରାଓ ) : ସ୍ଥାନୀୟ ଆଇ.ଓ.ବି ରୋଡ୍, ୱାର୍ଡ ନମ୍ବର ୧୩ ସ୍ଥିତ ମା’ ମଝିଗୌରୀଙ୍କ ପୀଠରେ ଚଳିତ ମେ' ମାସ ୨ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଓ ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ମେ' ୨୧ ତାରିଖ (ଗୁରୁବାର) ଦିନ ବି. ରାମପ୍ରସାଦଙ୍କ ପରିବାରଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ଅନୁଯାୟୀ ଭବ୍ୟ ଶୁଭଖୁଣ୍ଟି ସ୍ଥାପନ କରାଯାଇ ଏହି ମହୋତ୍ସବର ପ୍ରାକ୍-ପ୍ରସ୍ତୁତି ଅନୁକୁଳ ହୋଇଯାଇଛି। ମା’ଙ୍କର ଏହି ଭବ୍ୟ ପୂଜା ମହୋତ୍ସବକୁ ସୂଚାରୁରୂପେ ପରିଚାଳନା କରିବା ପାଇଁ ଏକ ନୂତନ କମିଟି ମଧ୍ୟ ଗଠନ କରାଯାଇଛି। ଏଥିରେ ସଭାପତି (Chairman) ଭାବେ ମହେଶ ପଟନାୟକ ମନୋନୀତ ହୋଇଥିବା ବେଳେ କମିଟିର ସଦସ୍ୟ ଭାବେ ଗୁଡଲା ସଂଙ୍କର ରାଓ , , ଉମା ଶଙ୍କର ନାଇଡୁ, ଗୋବିନ୍ଦା, ସୂରି ନାରାୟଣ ରାଓ, ଭି. ଶ୍ରୀନିବାସ ରାଓ ଏବଂ ଜୟ ଶଙ୍କର ରାଓ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି। ଦୀର୍ଘ ୨୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏହି ପୀଠରେ ମା’ଙ୍କର ପୂଜାର୍ଚ୍ଚନା ବିଧି ମୁତାବକ ସମ୍ପନ୍ନ ହୋଇଆସୁଛି। ଆସନ୍ତା ୨ ତାରିଖରୁ ଆରମ୍ଭ ହେବାକୁ ଥିବା ପୂଜା ଓ ଶୁଭାରମ୍ଭ କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କମିଟିର ବରିଷ୍ଠ ସଦସ୍ୟ ବି. ରାମପ୍ରସାଦ ଏବଂ ଅନ୍ୟ କର୍ମକର୍ତ୍ତାମାନେ ସ୍ଥାନୀୟ ଶ୍ରଦ୍ଧାଳୁଙ୍କ ସହଯୋଗ କାମନା କରିଛନ୍ତି