ବେଆଇନ୍ ଛଟେଇ ବନ୍ଦ ହେଉ, ଶ୍ରମିକଙ୍କୁ ଚାକିରିର ସୁରକ୍ଷା ମିଳୁ।
କଟକ, ୧୩/୦୫ ( କାହୁଁ ଚରଣ ବାରିକ ) : ରାଜ୍ୟର ବିଦ୍ୟୁତ ବ୍ୟବସ୍ଥାକୁ ସଜାଡୁଥିବା ଶ୍ରମିକ ଆଜି ଅସହାୟ। OERC ଆଉ ଟାଟା ପାୱାରର ଶୋଷଣ ବିରୁଦ୍ଧରେ ଭାରତୀୟ ମଜଦୂର ସଂଘ ରଣହୁଙ୍କାର ଦେଇଛି। ଛଟେଇ ହୋଇଥିବା ଶ୍ରମିକଙ୍କୁ ତୁରନ୍ତ ନିଯୁକ୍ତି ଏବଂ CUST CUTTING ନାଁରେ ନିରିହ ବିଦ୍ୟୁତ୍ ଠିକା ଶ୍ରମିକଙ୍କ ଛଟେଇ ବନ୍ଦ୍ ନହେଲେ ଚଳିତ ମାସ ୧୮ ତାରିଖରୁ ବିଧାନସଭା ଘେରାଉ ହେବ। ଆଜି କଟକ ସର୍କଲ ଅଫିସରେ ଦାବିପତ୍ର ଦିଆଯାଇ ଆନ୍ଦୋଳନର ଶୁଭାରମ୍ଭ ହୋଇଛି।