Hot Posts

6/recent/ticker-posts

ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲର ଚୂରାଗାଁ ନିକଟରୁ ଭାସୁଥିବା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର କଲେ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ

କଳାହାଣ୍ଡି, ୦୫/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : ଆଜି ମଙ୍ଗଳବାର ସକାଳୁ ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ରେ ଏକ ମୃତ ଦେହ ଭାସି ଆସୁଥିବା ସୂଚନା ମିଳିଥିଲା । ମୃତ ଦେହଟି ଜୟପାଟଣା ଥାନା ଅଂଚଳରୁ ଭାସି ଆସୁଥିବା ବେଳେ କଲମପୁର ଜୟପାଟଣା ଥାନା ସୀମାନ୍ତରେ ଜୟପାଟଣା ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରିଥିଲେ । ଘଟଣାସ୍ଥଳରେ ସକାଳ ସାଢେ ୮ଟା ବେଳେ କଲମପୁର ଥାନା ଅଧୂକାରୀ ସୁନିଲ କୋଣ୍ଡାଗୋରୀ, ଏ.ଏସ.ଆଇ ନାନକ ସାହୁ ପ୍ରମୁଖ ପହଂଚି ପ୍ରାଥମିକ ତଦନ୍ତ କରିଥିଲେ । ମୃତ ଦେହଟି ଦୁଇ ତିନି ଦିନ ପୂହର୍ବର ହେଇଥିବା ଅନୁମାନ କରାଯାଉଛି । ମୃତ ଦେହଟି ମୁଖିଗୁଡା ପୁରୁଣା ବଜାର ପଡାର ଚଇତୁ ମାଝୀଙ୍କ ବୋଲି ସୂଚନା ମିଳିଛି । ଘଟଣାସ୍ଥଳରେ ମୃତକଙ୍କ କିଛି ସମ୍ପର୍କୀୟ ପହଂଚି ଶବ ଚିହ୍ନଟ କରିଛନ୍ତି । ବର୍ତମାନ ଶବ ବାହକ ଯାନ ସହାୟତାରେ ବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯିବ ।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ