Hot Posts

6/recent/ticker-posts

ସ୍ୱର୍ଗତ ଆଶିଷ ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି, ଦୀପ ପ୍ରଜ୍ୱଳନ ସହ ଦହିପଣା ଉଦଯାପନ

କଟକ, ୨୫/୦୫ ( କାହୁଁ ଚରଣ ବାରୀକ ) : ସାମାଜିକ ଅନୁଷ୍ଠାନ ଶ୍ରୀ ହରି ଫାଉଣ୍ଡେସନ ତରଫରୁ କଟକ ଚହଟା ଛକରେ ଦିର୍ଘ ଦିନ ହେବ ଦେଇ ଆସୁଥିବା ଦହି ପଣା କାଯ୍ୟକ୍ରମ ର ରବିବାର ଉଦଯାପନ କରାଯାଇଛି। ପ୍ରତେକ ବର୍ଷ ପରି ଏବର୍ଷ ମଧ୍ୟ ମାର୍ଚ୍ଚ ମାସରୁ ଆରମ୍ଭ ହୋଇ ବର୍ଷା ଆସିବା ପର୍ଯ୍ୟନ୍ତ କରିବାକୁ ଥିବା ଦହିପଣା କୁ ୬୦ ଦିନରେ ଶେଷ କରିବାକୁ ପଡ଼ିଲା। କାରଣ ଶ୍ରୀ ହରି ଫାଉଣ୍ଡେସନ ଉପରେ ବିତିଥିବା ଦୁଃଖଦ ଘଟଣା ପାଇଁ, ପରିବାର ର ଜଣେ ସକ୍ରିୟ ସଦସ୍ୟ "" ଆଶିଷ ପ୍ରଧାନ " ଆଜକୁ ୮ ଦିନ ତଳେ ପାଣିରେ ବୁଡି ପ୍ରାଣ ହରାଇଛନ୍ତି। ସେଥିପାଇଁ ପରିବାର ର ସମସ୍ତେ ଦୁଃଖରେ ମ୍ରିୟମାଣ ହେବା ସହ ଆଶିଷ ପ୍ରଧାନ ପାଇଁ ଏକ ସ୍ମୁତି ଚାରଣ ଶହ ଦୀପ ଦାନ କରି ଦହିପଣା କୁ ଉଦ୍ ଯାପନ କରାଯାଇଥିଲା ।