Hot Posts

6/recent/ticker-posts

ମାଟ୍ରିକ ଫଳାଫଳରେ ନୂଆପଡ଼ାର ସଫଳତା: ୯୭.୮୭% ପାସ୍‌ ହାର ସହ ରାଜ୍ୟରେ ଷଷ୍ଠ ସ୍ଥାନ

ନୂଆପଡା, ୦୩/୦୫ ( ପରମେଶ୍ୱର ମେହେର ) : ଓଡ଼ିଶା ମାଧ୍ଯମିକ ଶିକ୍ଷା ପରିଷଦ ଦ୍ୱାରା ପରିଚଳିତ ଶିକ୍ଷା ବର୍ଷର ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶ ପାଇଛି। ୯୭.୮୭ ପ୍ରତିଶତ ପାସ୍‌ ହାର ଷଷ୍ଠ ସହ ନୂଆପଡ଼ା ଜିଲ୍ଲା ରାଜ୍ୟରେ ସ୍ଥାନ ଅଧିକାର କରିଛି। । ସିନାପାଲି ବ୍ଲକ ବରଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ପୁନମ ମେହେର ୯୧.୬୬ ପ୍ରତିଶତ ମାର୍କ ରଖ୍ ଜିଲ୍ଲା ଟସ୍ପର ହୋଇଛନ୍ତି। ସେ ମୋଟ ୬ ଶହରୁ ୫୫୦ ମାର୍କ ରଖୁଛନ୍ତି। ପୁନମଙ୍କ ପିତା କୈଲାଶ ଚନ୍ଦ୍ର ମେହେର ଜଣେ ଦୋକାନ କାନୀ ଏବଂ ମା ପାଳି ମେହେର ଜଣେ ସ୍ୱୟଂସହାୟକ ମହିଳା ଓ ସେ ଉଦନ୍ତି ଫାର୍ମ ଗ୍ରୁପର ପରିଚାଳକ ଅଛନ୍ତି। ଜିଲ୍ଲା ରେ ମୋଟ ୯,୫୮୭ଛାତ୍ରୀଛାତ୍ର ପରୀକ୍ଷା ଦେବାପାଇ ନାମ ପଞ୍ଜୀକରଣ କରିଥିଲାବେଳେ ସେଥିରୁ ୧୮୪ ଜଣ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସେଥିରୁ ୯,୨୦୩ ଜଣ ଉନ୍ନୀତ ହୋଇଛନ୍ତି। ଯାହାର ରହିଛି ୯୭.୮୭ ପ୍ରତିଶତ। ଜିଲ୍ଲା ରେ ଏ–୧ରେ୧୩ ଜଣ ଉନ୍ନୀତ ହୋଇଥିବ ହାଇଥିବା ବେଳେ ଏ-୨ରେ ୨୨୬ ଜଣ, ବି—୧ରେ ୧୧୧୧, ବି-୨ରେ ୨୩୭୩ ଜଣ, ସି'ରେ ୨୬୬୦, ଡି’ରେ ୨୧୩୦ ଓ ଇ ଗ୍ରେଡରେ ୬୮୪ଜଣ ପାସ ହୋଇଥିଲା ବେଳେ ୨ଶହ ଜଣ ଫେଲ ହୋଇଛନ୍ତି। ସମସ୍ତ ଉନ୍ନୀତ ଛାତ୍ରୀଛାତ୍ରଙ୍କୁ ଜିଲ୍ଲା ପାଳ ମଧୁସୂଦନ ଦାସ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଡ.ପ୍ରଶାନ୍ତ କୁମାର ମହାନ୍ତି, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି ।