Hot Posts

6/recent/ticker-posts

ମା' ବିମଳା ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ।

ବୋଲଗଡ଼, ୧୨/୦୫ (ସୁଶାନ୍ତ କୁମାର ପ୍ରଧାନ) : ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ସଂମପୁର ଗ୍ରାମ ସ୍ଥିତ ଶିଖରପଡା (ପାଇକସାହି) ଠାରେ ମା ବିମଳା ଦେବୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ରବିବାର ପ୍ରାରମ୍ଭ ଦିବସରେ ଗ୍ରାମର ନେଳିଆ ପୋଖରୀ ରୁ ପଟୁଆର ସହକାରେ କଳସ ଶୋଭାଯାତ୍ରା କୁମ୍ଭସ୍ଥାପନ ଓ ଅଧିବାସ କାର୍ଯ୍ୟ କରାଯାଇଥିଲା। ଉଦଯାପନୀ ଦିବସ ରେ ପ୍ରାତଃ ସମୟରେ ମା ବିମଳା ଦେବୀଙ୍କ ସ୍ନାନ, ନୂତନ ବସ୍ତ୍ର ପରିଧାନ, ସୂର୍ଯ୍ୟ ପୂଜା , ଆହୁତି ,ପ୍ରାସାଦ ପ୍ରତିଷ୍ଠା ସମେତ ସମସ୍ତ ପୂଜା କାର୍ଯ୍ୟ ସହିତ ଅପରାହ୍ନ ସମୟରେ ଆବାଳ ବୃଦ୍ଧ ବନିତା ଉପସ୍ଥିତ ରେ ପୂର୍ଣାହୁତି ସମାପନ ହୋଇଥିଲା। ଏହି ମନ୍ଦିର ପ୍ରତିଷ୍ଠା ଓ ଯଜ୍ଞ କାର୍ଯ୍ୟ ରେ କର୍ତ୍ତା ଭାବରେ ଦେବଦର୍ଶି ଜୟସିଂ ଓ ତାଙ୍କ ର ସହଧର୍ମିଣୀ କାର୍ଯ୍ୟ ତୁଲାଇଥିଲେ।ଯଜ୍ଞାଦି ବ୍ରାହ୍ମଣ ପ୍ରିୟବ୍ରତ ଦାସ୍ ଓ ମଦନ ମାଳି ଙ୍କ ତତ୍ତ୍ଵାବଧାନରେ ସମସ୍ତ ପୂଜା କାର୍ଯ୍ୟ ସମାପନ କରିଥିଲେ। ସଂଧ୍ୟା ସମୟରେ ନୀଳକଣ୍ଠେଶ୍ଵର ସଂକୀର୍ତ୍ତନ ମାତୃମଣ୍ଡଳୀ, ମା ବାଉତି ସଂକୀର୍ତ୍ତନ ମାତୃମଣ୍ଡଳୀ ଓ ମା ମଙ୍ଗଳା ସଂକୀର୍ତ୍ତନ ମଣ୍ଡଳୀଙ୍କ ପକ୍ଷରୁ ନାମ ସଂକୀର୍ତ୍ତନ, ଭଜନ କୀର୍ତ୍ତନ ଆଦି ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରକୁ ଶିଖରପଡା(ପାଇକସାହି)ର ଯୁବ ବନ୍ଧୁ ଓ ଗ୍ରାମବାସୀ ମାନେ ସହଯୋଗ କରି ପରିଚାଳନା କରିଥିଲେ।