Hot Posts

6/recent/ticker-posts

ସହିଦନଗର ବଜାରରେ ଡ୍ରଗ୍ସ ବେପାରରେ ଲିପ୍ତ ୨ ଯୁବକ ଗିରଫ

ଧାମନଗର, ୧୨/୦୫ (ଭଦ୍ରକ ସମ୍ବାଦଦାତା) : ସୂଚନା ମୁତାବିକ-ଗତକାଲି କଟସାଇ ପଞ୍ଚାୟତ ସହିଦ ନଗର ବଜାରଠୁ ପ୍ରାୟ ଦୁଇଶହ ମିଟର ଦୂରତା ପଥରଡିହ କ୍ରିକେଟ ଖେଳ ପଡିଆ ରେ କୌଣସି ସୂଚନା ପାଇ ଧୂସୁରୀ ଥାନାଟିମ ଓ ମୁଖ୍ୟ- ଏ.ଏସ.ଆଇ ,ସୁଜାତା ସାହୁ ,ଘଟଣା ସ୍ଥଳେ ପହଂଚି ଆଖ ପାଖ ଅଂଚଳ ରେ ଦ୍ରୁଗ୍ସ ବେପାର କରୁଥିବା ୨ ଜଣ ଯୁବକକୁ ପକେଟ ରେ ଦ୍ରୁଗ୍ସ ଥିବାବେଳେ ଗିରଫ କରିଥିବାର ସୂଚନା।ଜବତ ଦ୍ରୁଗ୍ସ ର ଓଜନ ପ୍ରାୟ ୮.୨ଗ୍ରାମ ଥିବାବେଳେ ତାହାରମୁଲ୍ୟ ଆନୁମାନିକ୭୦ହଜାର ଟଙ୍କା ହେବ ବୋଲି ସୂଚନା।ତଥା ଧୂସୁରୀ ଥାନାରେ କେଶ ନବର-୨୨୨/୨୦୨୬ ,ଗିରଫ ଯୁବକ ମଧ୍ୟରୁ ଜଣେ କଟସାଇ ପଞ୍ଚାୟତ ଶ୍ରୀଗଙ୍ଗା ଗ୍ରାମର ଶତ୍ରୁଘଁ ସେଠି(୩୭)ଓ ଅନ୍ୟଜଣେ ଖପରପଦା ପଞ୍ଚାୟତ ଖପରପଦା ଗ୍ରାମର ବିଚିତ୍ର ମାଝୀ(୧୯) ଥିବା ବେଳେ ଧୂସୁରୀ ପୋଲିସ ୨ଯୁବକକୁ ଗିରଫ କରି ଧୂସୁରୀ ଥାନା କୁ ନେବାର ସୂଚନ ମିଳିଛି।