Hot Posts

6/recent/ticker-posts

ପିତାଗୁଡ଼ାରେ ସଂଗ୍ରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ

କୋରାପୁଟ, ୧୨/୦୫ ( ବିପିନ କୁମାର ହିଆଲ ) : କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ପିତାଗୁଡ଼ା ଗ୍ରାମ ପଞ୍ଚାୟତରେ ଗ୍ରାମର ଉତ୍ତମ ଖେଳାଳୀ ସ୍ୱଚ୍ଛ ଓ ନିର୍ମଳ ଭାବମୂର୍ତ୍ତି " ସଂଗ୍ରାମ ନାୟକ "ଙ୍କ ଛୋଟ ବୟସରେ ଦେହାନ୍ତ ହେବା ଏକ ଦୁଃଖଦ ଓ ଶୋକର ବିଷୟ ଅଟେ । ଏହି ଅଞ୍ଚଳର ଖେଳାଳି ଯୋଦ୍ଧା ସ୍ବର୍ଗତ ଶ୍ରୀ ସଂଗ୍ରାମଙ୍କ ନାମ ସ୍ମରଣାର୍ଥେ " ସଂଗ୍ରାମ ମେମୋରିଆଲ କ୍ରିକେଟ ଟ୍ରଫି " ପିତାଗୁଡ଼ା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରାୟ ୧୬ ଗୋଟି ଟିମ୍ ଭାଗନେଇଥିଲେ । ସେମାନଙ୍କ ମଧ୍ୟରୁ ଫାଇନାଲରେ ଦଳେଇଗୁଡ଼ା ସହ ଫୁଲ୍ଡ଼ବା ଘମାଘୋଟ ଲଢ଼େଇ ହୋଇଥିଲା,କିନ୍ତୁ ଏଥିରେ ଫୁଲ୍ଡ଼ବା ଟିମ୍ ବାଜିମାତ୍ କରି ନଗଦ ଟ.୧୫,୦୦୦ଙ୍କା ସହ ୱିନର କପ୍ ହାତେଇ ନେଇଥିଲା ଓ ରନର୍ ଟିମ୍ ଦଲେଇଗୁଡ଼ା ଟ.୧୦, ୦୦୦ଙ୍କା ସହ ରନର୍ କପ୍ ନେଇଛନ୍ତି । ପରିଚାଳନା କମିଟି ପିତାଗୁଡ଼ା ଗ୍ରାମର ଶ୍ରୀ ପ୍ରସନ୍ନ କୁମାର ନାୟକ ଓ ଜିତେନ୍ଦ୍ର ନାୟକ ସହ ବିଭିନ୍ନ ଯୁବକ ମାନଙ୍କ ସହଯୋଗରେ ଏହି ସଂଗ୍ରାମ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସମ୍ଭବପର ହୋଇ ପାରିଛି । ପିତାଗୁଡ଼ାର ଯୁବପିଢ଼ି ଏହି ଅଞ୍ଚଳରେ ଯୁବକମାନଙ୍କର ଏକତା ,ଭାଇଚାରା ଓ ଆଗାମୀ ଭବିଷ୍ୟତରେ ଏହି ଅନୁନ୍ନତ ଦୁର୍ଗମନ ଅଞ୍ଚଲରୁ ଯେପରି ବ୍ଲକ,ଜିଲ୍ଲା ,ରାଜ୍ୟ ଓ ଦେଶ ସ୍ତରୀୟ କ୍ରିକେଟ ଟିମ୍ ରେ ଖେଳି କୋରାପୁଟ ଜିଲ୍ଲାର ଟେକ ରଖିପାରିବେ । ସେଥିପାଇଁ କେବଳ ଯୁବପିଢ଼ିଯେ ଟୋର୍ଣାମେଣ୍ଟ କରିବେ ତାହା ନୁହେଁ କିନ୍ତୁ ପ୍ରଶାସନିକଙ୍କ ପୂର୍ଣ୍ଣ ସହଯୋଗ ଓ ସମର୍ଥନ କଲେ ନିଶ୍ଚିତ ଆମ ଜିଲ୍ଲାର ଖେଳାଳୀ ରାଜ୍ୟ ଓ ଦେଶ ସ୍ତରୀୟ ଖେଳି କୋରାପୁଟ ଜିଲ୍ଲାର ସୁନାମ ଅର୍ଜନ କରିପାରିବେ । ସମସ୍ତ ଖେଳାଳି ପରିଚାଳନା କମିଟିକୁ ପ୍ରଶଂସା ଓ ଧନ୍ୟବାଦ ଜ୍ଞାପନ କରିଥିଲେ ।