Hot Posts

6/recent/ticker-posts

ଭବାନୀପାଟଣା ଠାରେ ଯୁବ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ଭବାନୀପାଟଣା, ୧୪/୦୫ ( ଶେଖର ସୁମନ ଦାଶ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଟାଉନ ହଲ ଠାରେ ଭାରତୀୟ ଜନତା ପାର୍ଟି ତରଫରୁ ଯୁବ ସମ୍ମିଳନୀ ଓ ସମ୍ବର୍ଦ୍ଧନା ସଭା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇ ଯାଇ ଅଛି l ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ନନ୍ଦ ଯୋଗ ଦେଇ ଥିବା ବେଳେ ସମ୍ମାନିତ ଅତିଥି ଲୋକସଭା ସାଂସଦ ଶ୍ରୀମତୀ ମାଲବିକା ଦେବୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅବିନାଶ ନନ୍ଦ ଓ ବିଭିନ୍ନ ମୋର୍ଚ୍ଚା ର ପଦାଧିକାରୀ ମାନେ ଯୋଗ ଦେଇ ନବ ନିର୍ବାଚିତ ବିଶ୍ୱନାଥପୁର ମଣ୍ଡଳ ଯୁବ ମୋର୍ଚ୍ଚା ସଭାପତି ସଞ୍ଜୟ ଛାତ୍ରୀୟା ଙ୍କ ସମେତ ବିଭିନ୍ନ ମଣ୍ଡଳ ର ନବନିର୍ବାଚିତ ଯୁବ ମୋର୍ଚ୍ଚା ସଭାପତି ମାନଙ୍କୁ ସମ୍ବର୍ଦ୍ଧନା କରିବା ସହ ଆଗାମୀ ଦିନ ରେ ସଂଗଠନ କୁ କିପରି ଭାବରେ ସୁଉଦୃଡ଼ କରିବାକୁ ହେବ ସେ ନେଇ ବିଚାର ବିମର୍ଶ କରି ଥିଲେ l ଭାରତର ଯଶଶ୍ୱି ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ବୁଭିନ୍ନ ଯୋଜନା ବିଷୟରେ ଜନ ସାଧାରଣ ଙ୍କୁ କିପରି ଭାବରେ ଅବଗତ କରାଇ ଭାରତୀୟ ଜନତା ପାର୍ଟି କୁ ଆଗକୁ ନେବା ସେ ବିଷୟରେ ଆଲୋଚନା କରିଥିଲେ l 


କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନୂୟୁଜ !