ହରିଣ ଶିକାର କରି ୩ଗିରଫ
ଭଞ୍ଜନଗର, ୧୦/୦୫ ( ଜୟକୃଷ ପଟନାୟକ ) : ଗଞ୍ଜାମ ଜିଲ୍ଲା ଘୁମୁସୁର ଉତ୍ତର ଡିଭିଜନର କେନ୍ଦ୍ରୀୟ ରେଞ୍ଜର ଲାଠିପଡ଼ା ସେକ୍ସନ ନୂଆଗାଁ ବିଟ୍ ଅଧୀନରେ ଏକ ମୃତ ହରିଣକୁ ବନବିଭାଗ ଉଦ୍ଧାର କରିଛି ।ଶନିବାର ଖପ୍ରାଗଣ୍ଡା ଗାଁର ରାଇସ୍ ମିଲ୍ ନିକଟରେ ଏକ ହରିଣକୁ ହତ୍ୟା କରାଯାଇଥିବା ଖବର ପାଇଥିଲେ ବନ ବିଭାଗ କର୍ମଚାରୀ ।ସେମାନେ ଉକ୍ତ ସ୍ଥାନରେ ପହଞ୍ଚି ତଦନ୍ତ କରି ଜାଣିବାକୁ ପାଇଲେ ଯେ ଏହି ଘଟଣାରେ ତିନି ଜଣ ବ୍ୟକ୍ତି ସମ୍ପୃକ୍ତ ଅଛନ୍ତି।ତାପରେ ଉକ୍ତ ଅଭିଯୁକ୍ତଙ୍କୁ ସେମାନେ ଗିରଫ କରିବାରେ ସକ୍ଷମ ହୋଇଥିଲା।ଅଭିଯୁକ୍ତମାନେ ହେଲେ ଉଦୟ ନାଏକ, ରମେଶ ସ୍ୱାଇଁ ଏବଂ ରାଜେଶ ନାୟକ। ଅଭିଯୁକ୍ତଙ୍କ ବିରୁଦ୍ଧରେ ବନ୍ୟଜନ୍ତୁ ଶିକାର କୁ ନେଇ ଏକ ମାମଲା ରୁଜୁ କରାଯାଇଛି।