Hot Posts

6/recent/ticker-posts

କେନାଲ୍ ରେ ଆସୁନାହିଁ ପାଣି, ଶହ ଶହ ହେକ୍ଟର ଚାଷ ଜମି ସୁଖୀ ଧାନ ନଷ୍ଟ, ।

କଳାହାଣ୍ଡି, ୦୨/୦୫ ( ବିଷ୍ଣୁ ଚରଣ ସ୍ୱାଇଁ ) : କେନାଲ୍ ପାଣି ଅଭାବରୁ ହଜାର ହଜାର ଏକର ଧାନ ଚାଷ ନଷ୍ଟ ହେବାକୁ ବସିଥିବା ବେଳେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ,ଡୁମେରଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ କନ୍ଦାମାଳ, କିର୍ ମୁଣ୍ଡା, ବାଞ୍ଜିପଦର୍,ମୁଖିଗୁଡ଼ା ଏବଂ ଡୁମେରଗୁଡ଼ା ଏହି ୫ ଟି ଗ୍ରାମ ର ପାୟ ୭୦୦ ହେକ୍ଟର ରୁ ଉର୍ଦ୍ଧ ଚାଷ ନଷ୍ଟ ହେବାରେ ଲାଗିଛି । ସୂଚନା ଅନୁଯାୟୀ ଉପର ଇନ୍ଦ୍ରାବତୀ ବାମ କେନାଲ ବିଭାଜନ-୨ ତରଫରୁ ଗତ ମାର୍ଚ୍ଚ ୨୬ ତାରିଖରୁ ସମ୍ପୂର୍ଣ୍ଣ କେନାଲ ପାଣି ବନ୍ଦ କରିଥିବାରୁ ବର୍ତ୍ତମାନ ଚାଷ ଜମି ଶୁଖିଲା ହୋଇ ଧାନ ଚାଷ ନଷ୍ଟ ହେବାରେ ଲାଗିଛି। ସୂଚନା ଅନୁଯାୟୀ, ଡୁମେରଗୁଡା ଗ୍ରାମର ଶହ ଶହ ଚାଷୀ ନିଜର ଝାଳବୁହା ଧନକୁ ଜମିରେ ଲଗାଇଥିଲେ। ହେଲେ ଦୁର୍ଭାଗ୍ୟର ବିଷୟ, କେନାଲରେ ପାଣି ନ ଆସିବା ଫଳରେ ଜମି ଏବେ ଫାଟି ଆଁ କଲାଣି। ଏହି ବିଷୟରେ ବାରମ୍ବାର ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ଜଣାଇବା ସତ୍ତେ ଚାଷୀ ଙ୍କ ଦୁଃଖ ଶୁଣୁନାହାନ୍ତି ।ପ୍ରଥମ ପର୍ଯ୍ୟାୟ ରେ ପାଣି ଦେଇ ଏବେ ଉପର ଇନ୍ଦ୍ରାବତୀ ବିଭାଗୀୟ ଅଧିକାରୀ ଅଧା ବାଟରେ ଚାଷୀ ଙ୍କ ଜୀବନ ସହ ଖେଲୁଛନ୍ତି । ଧାନ ଗର୍ଭାବସ୍ଥା ସମୟରେ ପାଣି ବିନା ହଳଦିଆ ପଡ଼ି ସଢ଼ିବାକୁ ଲାଗିଲାଣି।  ଋଣ କରି ଚାଷ କରିଥିବା ଚାଷୀ ଏବେ କିଭଳି କରଜ ଶୁଝିବେ, ସେହି ଚିନ୍ତାରେ ଦିନ କାଟୁଛନ୍ତି ଚାଷୀ । ବିଭାଗୀୟ ଅଧିକାରୀ ଗୋଟିଏ ପଟେ ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରୁଥିବା ବେଳେ, ଅନ୍ୟପଟେ କେନାଲ୍ ପାଣି ମୁଣ୍ଡ ଅଗକୁ ପହଞ୍ଚି ନପାରିବା ପ୍ରଶାସନିକ ଅବହେଳାକୁ ସ୍ପଷ୍ଟ କରୁଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଓ ଜଳସମ୍ପଦ ବିଭାଗ ତୁରନ୍ତ ଦୃଷ୍ଟି ଦେଇ ଡୁମେରଗୁଡା ଗ୍ରାମପଞ୍ଚାୟତ ଚାଷୀଙ୍କୁ ପାଣି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।





କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ