ରାୟଗଡାରେ ଧୁମଧାମରେ ପାଳିତ ହେଲା “ଆର୍ଟ ଅଫ ଗିଭିଂ” କାର୍ଯ୍ୟକ୍ରମ
ରାୟଗଡ଼ା, ୧୮/୦୫ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ସହରର ତେଜସ୍ୱୀ ହୋଟେଲ ଠାରେ ଆର୍ଟ ଅଫ ଗିଭିଂ କାର୍ଯ୍ୟକ୍ରମ ମହା ଆଡମ୍ବର୍ସହକାରେ ପାଳନ କରାଯାଇଛି। କଳୀଙ୍ଗଟିଭି ରାୟଗଡ଼ା ବ୍ୟୁରୋ ହେଡ ଅମୂଲ୍ୟ ରତ୍ନ ସାହୁ ଙ୍କ ନେତୃତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ରାୟଗଡ଼ା ରେଳ ଡିଭିଜନ ର ଡି ଆର ଏମ ଅମିତାଭ ସିଂଘଲ ମୁଖ୍ୟ ଅତିଥି , ରାୟଗଡ଼ା ବିଡିଓ ସୌଜିଟିଭିକୁମାର ମିଶ୍ର ସମ୍ମାନିତ ଅତିଥି ,ରାମନାଗୁଡା ତହସିଲଦାର ପ୍ରାଣ କୃଷ୍ଣ ପାଣିଗ୍ରାହୀ ଅନ୍ୟତମ ଅତିଥି ଓ କିସ୍ ଆଲୁମିନି ରାଜ୍ୟ ସଭାପତି ହର ପ୍ରସାଦ ହେପୃକା ମୁଖ୍ୟ ବକ୍ତାଭାବେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ର ପ୍ରାରମ୍ଭ ରେ ଅନାଥ ଆଶ୍ରମ ସେବା ସମାଜ ର ଛାତ୍ରୀ ମାନେ ଶିବ ତାଣ୍ଡବ ପ୍ରାରମ୍ଭିକ ନୃତ୍ୟ ପରିବେଷଣ କରିଥିଲେ। ପରେଟିଥି ମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ କରାଯାଇ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା। କଳୀଙ୍ଗଟିଭି ପ୍ରତିନିଧି ଅମୂଲ୍ୟ ରତ୍ନ ସାହୁ ଡଃ ଅଚ୍ୟୁତ ସାମନ୍ତ ଙ୍କ ଦ୍ଵାରା ପ୍ରେରିତ ବାର୍ତ୍ତା ପଠନ କରିଥିଲେ। ସୁସ୍ଥ ସମାଜ ଗଠନ ପାଇଁ ସହାୟତା ହିଁ ମାଧ୍ୟମ ଏବଂ ଆମେ ଆମର ଆଗାମୀ ପିଢ଼ି ପାଇଁ ଆର୍ଟ ରଗିଭିଂ ଶିକ୍ଷା ଦେବା ଉଚିତ୍ ବୋଲି ଡିଆରଏଏମ୍ ଅମିତାଭ ସିଂଘଲ କହିଥିଲେ।