ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ, ବିଦାୟୀ ଅଧ୍ୟକ୍ଷ ଜୟନ୍ତ ବାଗ ଙ୍କୁ ସମ୍ବର୍ଦ୍ଧନା
କର୍ଲାମୁଣ୍ଡା, ୧୦/୦୫ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ଶ୍ରୀ ଜୟନ୍ତ ବାଗଙ୍କୁ ଓଡିଶା ଲୋକ ସେବା ଆୟୋଗ ଦ୍ବାରା ପିଜିଟି (ଓଡିଆ)ରେ ନିଯୁକ୍ତି ପାଇଥିବାରୁ ଶନିବାର ସମ୍ବର୍ଦ୍ଧନା ଦିଆଯାଇଅଛି । ସେଥିପାଇଁ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଏଥିରେ ବିଦ୍ୟାଳୟର ସଭାପତି ମୂରଲିଧର ରଣା, ସମ୍ପାଦକ ଯୋଗିନ୍ଦ୍ର ରଣା, ପୂର୍ଣ୍ଣଚନ୍ଦ୍ର ଭୋଇ, ଅବସରପ୍ରାପ୍ତ ଶିକ୍ଷକ ଲୋକନାଥ ଗହୀର ଏବଂ ନୂତନ ଅଧ୍ୟକ୍ଷ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ମଂଚାସୀନ ଥିଲେ । ଇଂରାଜୀ ଅଧ୍ୟାପକ ମୁକେଶ ବହିଦାର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଶ୍ରୀ ବାଗଙ୍କର ଦୀର୍ଘ ୧୬ ବର୍ଷର କର୍ତବ୍ୟନିଷ୍ଠତା ଉକ୍ତ ସଭାରେ ସମସ୍ତେ ମନେ ପକାଇଥିଲେ । ସମ୍ବର୍ଦ୍ଧନା ସଭା ପରେ ବରିଷ୍ଠ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ ବିଦ୍ୟାଳୟର ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ କରିଥିଲେ । ଅଧ୍ୟାପକ ସୁବ୍ରତ ରଣା, କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଲାଇବ୍ରେରିଆନ୍ କ୍ଷେତ୍ରମଣି ରଣା, ଖେଳ ଶିକ୍ଷକ ଯଜ୍ଞ ଭୋଇ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।