Hot Posts

6/recent/ticker-posts

ଶିଶୁ ସେବିକା ନିଯୁକ୍ତିରୁ ବଞ୍ଚିତ କରିବା ପାଇଁ - ଘରଗଣନାରେ ଏନୁମେଟରଙ୍କ ମନମାନି, ନ୍ୟାୟ ପାଇଁ ଦମ୍ପତିଙ୍କ ତହସିଲଦାରଙ୍କୁ ଦାବିପତ୍ର

ବାଲେଶ୍ୱର , ୧୭/୫ (ପ୍ରଭାକର ମଲ୍ଲିକ) : ସାରାଦେଶରେ ଏବେ ଜନଗଣନା କାର୍ଯ୍ୟ ଚାଲୁ ରହିଥିବା ବେଳେ, ପ୍ରଥମ ପର୍ଯ୍ୟାୟରେ ଘର ଗଣନା କାର୍ଯ୍ୟ ଗତ ୧୫ ତାରିଖରେ ଶେଷ ହୋଇଛି। ତେବେ ଜନୈକ ଗଣନାକାରୀ ଶିକ୍ଷକ ପୂର୍ବ ବିବାଦକୁ କେନ୍ଦ୍ର କରି ଓ ଶିଶୁ ସେବିକା ନିଯୁକ୍ତିରୁ ବଞ୍ଚିତ କରିବା ପାଇଁ ନିଜ କ୍ଷମତାର ଅପବ୍ୟବହାର କରି ବେତନା ଗ୍ରାମର ଜନୈକ ହରିଜନ ପରିବାରକୁ ପଡ଼ୋଶୀ ତରାପୁର ଗ୍ରାମର ଦର୍ଶାଇବାକୁ ନେଇ ବିବାଦ ଦେଖାଦେଇଛି। ନ୍ୟାୟ ପାଇଁ ତହସିଲଦାରଙ୍କ ଠାରେ ଲିଖିତ ଅଭିଯୋଗ କରିଥିଲେବି ସେଠାରୁ ମଧ୍ୟ ନ୍ୟାୟ ମିଳିନାହିଁ ବରଂ ନୂତନ ଭାବରେ ଉପଜିଲ୍ଲାପାଳ ରୁ ବାଲିଆପାଳ ତହସିଲଦାର ଭାବରେ କିଛିଦିନ ପୂର୍ବରୁ କାର୍ଯ୍ୟରେ ଯୋଗଦାନ କରିଥିବା ଓ ଜନଗଣନାର ଟ୍ରେନିଂ ନେଇନଥିବାରୁ ନୀୟମ ବିଷୟରେ ଅଜ୍ଞ ଥିବା କହିଥିଲେ ଓ ଦମ୍ପତିଙ୍କ ସମସ୍ୟା ସମାଧାନ କରିବାରେ ଅସମର୍ଥ ବୋଲି ପ୍ରକାଶ କରିଥିଲେ। ତେବେ ସୂଚନାରୁ ପ୍ରକାଶ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଅଧିନ ବଳରାମପୁର ପଞ୍ଚାୟତର ବେତନା ଗ୍ରାମର ଦେବେନ୍ଦ୍ର ମୁଖି ଓ ତାଙ୍କ ପରିବାର। ବାପାଙ୍କ ଠାରୁ ଅଲଗା ହୋଇ ଦୀର୍ଘ ବର୍ଷ ଧରି ବେତନା ଗ୍ରାମରେ ରହି ଆସୁଥିବା ବେଳେ, ବିଭିନ୍ନ ସରକାରୀ ଡକ୍ୟୁମେଣ୍ଟ ମଧ୍ୟ ବେତନା ଗ୍ରାମର ରହିଛି। ବେତନା ଗ୍ରାମର ଜଣେ ଭୋଟର୍ ହୋଇ ଭୋଟର୍ ତାଲିକାରେ ନାମ ରହିବା ସହ ଆଧାରକାର୍ଡ, ରେସିଡେଣ୍ଟ ସାର୍ଟିଫିକେଟ,ଜାତି ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର,ରାଶନ୍ କାର୍ଡ ଓ ପୁଅର ଜନ୍ମ ପ୍ରମାଣପତ୍ର, ଡ୍ରାଇଭିଙ୍ଗ ଲାଇସେନ୍ସ ମଧ୍ୟ ବେତନା ଗ୍ରାମର ରହିଛି। ବିବାହ ପରେ ପରିବାର ଠାରୁ ଅଲଗା ହୋଇ ବେତନା ଗ୍ରାମରେ ସ୍ଥାଇ ଭାବରେ ପରିବାର ସହ ରହିଆସୁଛନ୍ତି । ୨୦୧୧ ଜନଗଣନାରେ ମଧ୍ୟ ବେତନା ଗ୍ରାମର ଘର ନମ୍ବର ୦୧ ରହିଥିବା ବେଳେ ଉଦ୍ଦେଶ୍ୟ ମୂଳକ ଭାବରେ ଜନଗଣନା କାରୀ ଶିକ୍ଷକ ଅରୁଣ କୁମାର ପତି ଦେବେନ୍ଦ୍ର ମୁଖି ଙ୍କ ପରିବାରକୁ ବେତନା ଗ୍ରାମର ନ ଦର୍ଶାଇ ପଡ଼ୋଶୀ ତାରାପୁର ଗ୍ରାମର ବୋଲି ଦର୍ଶାଇଛନ୍ତି। ଫଳରେ ଭବିଷ୍ୟତରେ ଜନଗଣନା ତଥ୍ୟ କୁ ଆଧାର କଲେ ଦେବେନ୍ଦ୍ର ମୁଖି ପରିବାର ତରାପୁର ଗ୍ରାମର ବାସିନ୍ଦା ବୋଲି ଚିହ୍ନଟ ହେବେ।ଫଳରେ ଦମ୍ପତି ଙ୍କ ମୁଣ୍ଡରେ ଚଡକ ପଡିଛି। ସମସ୍ତ ସରକାରୀ ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର ରେ ଗ୍ରାମ ବେତନା ଥିବାବେଳେ ଏବେ ତରାପୁର ଗ୍ରାମର ବାସିନ୍ଦା ଦର୍ଶାଇବା ଯଥାର୍ଥତା କେତେ? ଏଠାରେ ସୂଚନାଯୋଗ୍ୟ ବେତନା ଗ୍ରାମର ହରପ୍ରସାଦ ସରକାରୀ ନୋଡାଲ ବିଦ୍ୟାଳୟର ସହକାରୀ ଶିକ୍ଷକ ଅରୁଣ କୁମାର ପତି ଯିଏକି ଏବେ ଏନୁମେରେଟର୍ ଭାବରେ କାର୍ଯ୍ୟ କରୁଛନ୍ତି ତାଙ୍କ ସହିତ ପୂର୍ବରୁ ଉକ୍ତ ଦମ୍ପତି ଙ୍କ ସହ ବିବାଦ ରହିଛି। ଟଙ୍କା ନଦେବାରୁ ଦେବେନ୍ଦ୍ର ମୁଖିଙ୍କ ପୁଅର ଷ୍ଟାଇପେଣ୍ଟ ତତ୍କାଳୀନ ପ୍ରଧାନଶିକ୍ଷକ ଦାୟିତ୍ୱରେ ଥିବା ଶିକ୍ଷକ ଅରୁଣ କୁମାର ପତି କରେଇ ନଥିବାର ଅଭିଯୋଗ ଗୋଷ୍ଠୀ ଶିକ୍ଷାଧିକାରୀ ଏବଂ ଆଇନ୍ ର ଦ୍ବାରସ୍ଥ ହୋଇଥିଲେ। ତେବେ ଏହି ଘଟଣା ଉପରେ ଦମ୍ପତି ଉପରେ ପୂରୁଣା ରାଗ ସୁଝାଇବା ପାଇଁ ଶିକ୍ଷକ ଅରୁଣ କୁମାର ପତି ଉଦ୍ଦେଶ୍ୟ ମୂଳକ ଭାବରେ ଦେବେନ୍ଦ୍ର ମୁଖି ଙ୍କ ପରିବାର ବେତନା ବଦଳରେ ତରାପୁର୍ ଗ୍ରାମର ବୋଲି ଦର୍ଶାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିକଟରେ ବେତନା ହରପ୍ରସାଦ ନୋଡାଲ ବିଦ୍ୟାଳୟରେ ଶିଶୁ ବାଟିକା ପାଇଁ ଶିଶୁ ସେବିକା ନିଯୁକ୍ତି ନିମନ୍ତେ ବିଜ୍ଞାପନ ବାହାରିଥିଲା ବେଳେ ଦେବେନ୍ଦ୍ର ଙ୍କ ସ୍ତ୍ରୀ ଯୁକ୍ତ ଦୁଇ ଯୋଗ୍ୟତା ଥାଇ ଆବେଦନ କରିଥିଲେ।ତେବେ ସମସ୍ତ ଯୋଗ୍ୟତା ଥାଇ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିନଥିଲା। ଫଳରେ ସେହି ଅଭିଯୋଗ ମଧ୍ୟ ଏବେ ବାଲିଆପାଳ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଙ୍କ ଠାରେ ବିଚାରଧୀନ ରହିଛି। ଶିଶୁ ସେବିକା ଗାଇଡ ଲାଇନ ଅନୁସାରେ ଯେଉଁ ଗ୍ରାମରେ ସ୍କୁଲ୍ ଅବସ୍ଥିତ,ସେହି ଗ୍ରାମର ପ୍ରାର୍ଥୀ ଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦିଆଯିବା କଥା। ଏହି ଗାଇଡ୍ ଲାଇନ୍ ଦେଖିଲେ ଦେବେନ୍ଦ୍ର ମୁଖି ଙ୍କ ପରିବାର ହରିଜନ ବର୍ଗର ହୋଇଥିବା ଓ ବେତନା ଗ୍ରାମର ବାସିନ୍ଦା ଥାଇ ଶିଶୁ ସେବିକା ନିଯୁକ୍ତି ନିମନ୍ତେ ଏକମାତ୍ର ଦାବିଦାର ଅଟନ୍ତି। ଏକମାତ୍ର ହରିଜନ ଆବେଦନ କାରିଣୀ ଦୃଷ୍ଟିରୁ ପ୍ରଥମ ଦାବିଦାର ରହିଛନ୍ତି। ତେବେ ତାଙ୍କୁ ତାରାପୁର ଗ୍ରାମର ଦର୍ଶାଇବା ଦ୍ବାରା ସେ ବେତନା ଗ୍ରାମର ବାସିନ୍ଦା ଭାବରେ ଶିଶୁ ସେବିକା ନିଯୁକ୍ତି ନିମନ୍ତେ ପ୍ରଥମ ଦାବିଦାର ହୋଇ ନପାରିବା ତଥା ସେହି ପଦବୀରେ ବେତନା ଗ୍ରାମର ଅନ୍ୟ ଜଣେ ପ୍ରାର୍ଥୀ ଙ୍କୁ ନିଯୁକ୍ତି ଦେବାର ମସୁଧା କରାଯାଇଥିବା ଦେବେନ୍ଦ୍ର ମୁଖି ଅଭିଯୋଗ କରିଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ହରିଜନ ପରିବାରକୁ ଏମିତି ସରକାରୀ ଶିକ୍ଷକଙ୍କ ଦ୍ୱାରା ହୈରାଣ ହରକତ କରାଯିବାକୁ ନେଇ ସାଧାରଣରେ ତୀବ୍ର ନିନ୍ଦା କରାଯାଇଛି। ଦେଶରେ ଜନ ଗଣନା ଲୋକଙ୍କ ହିତ ପାଇଁ ସରକାର କୋଟି କୋଟି ଟଙ୍କା ବ୍ୟୟରେ କରୁଥିବା ବେଳେ, ଜନୈକ ଶିକ୍ଷକ ନିଜ କ୍ଷମତାର ଅପବ୍ୟବହାର କରି ଗୋଟିଏ ପରିବାରର ଠିକଣା ବଦଳାଇ ଦେବା କେତେ ଠିକ୍। ତେବେ ସରକାରଙ୍କ ଜନଗଣନା ସୁଖ ସମୃଦ୍ଧି ଆଣିବା ପରିବର୍ତ୍ତେ ଗୋଟିଏ ହରିଜନ ପରିବାରକୁ ଶୋକର ଛାୟାରେ ଭସାଇଦେଇଛି । ପରିବାର ଦୁଃଖରେ ଭାଙ୍ଗି ପଡ଼ିଥିଲା ବେଳେ, ଚିନ୍ତାରେ ରହିଛନ୍ତି ସଦସ୍ୟ ମାନେ। ତେବେ ଏପରି ବେଆଇନ୍ କାର୍ଯ୍ୟ ଓ ନ୍ୟାୟ ପାଇଁ ଦମ୍ପତି ବାଲିଆପାଳ ତହସିଲଦାର ମ୍ୟାଡ଼ାମ ଙ୍କୁ ସମାଧାନ ପାଇଁ ଲିଖିତ ଦରଖାସ୍ତ,ଦେଇଥିବା ବେଳେ ସମାଧାନ ଦୂର କଥା ତହସିଲଦାର ନୂଆ ଆସିଛନ୍ତି ଓ ଜନଗଣନା ବାବଦରେ ଟ୍ରେନିଂ ନେଇନଥିବାରୁ, ସେ ଏନୁମେରେଟର୍ ଶିକ୍ଷକ ଅରୁଣ କୁମାର ପତିଙ୍କୁ ସମର୍ଥନ ଜଣାଇଥିଲେ । ଫଳରେ ହରିଜନ ଦମ୍ପତି ଅଧିକାରୀ ଙ୍କ ଠାରୁ ନ୍ୟାୟ ନପାଇ ନିରାଶ ହେବାକୁ ପଡ଼ିଛି। ତେବେ ଏଠାରେ ସୂଚନାଯୋଗ୍ୟ ବେତନା ଓ ତରାପୁର ଗାଁ ଉଭୟ ପଡ଼ୋଶୀ ଗାଁ ଅଟନ୍ତି।ଦୁଇ ଗାଁ ର ସୀମାରେ ଦେବେନ୍ଦ୍ର ମୁଖି ଙ୍କ ଘର ରହିଥିବା ବେଳେ, ତାଙ୍କ ବାପା ପରିବାର ତରାପୁର ଗ୍ରାମର। ତେବେ ତାଙ୍କ କକାଙ୍କ ପରିବାର ବେତନା ଗ୍ରାମର ସୀମାରେ ରହିଥିବା ବେଳେ, ସେହି କକାଙ୍କ ଘରଡିହ ରେ ଦେବେନ୍ଦ୍ର ମୁଖି ଙ୍କ ଘର।ଯାହା ବେତନା ଗ୍ରାମରେ ଯାଉଛି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ୨୦୧୧ ଜନଗଣନା ରେ ଦେବେନ୍ଦ୍ର ମୁଖି ଙ୍କ ପରିବାର କୁ ବେତନା ଗ୍ରାମରେ ଗଣାଯାଇଥିବା ବେଳେ,ଏବେ କାହିଁକି ତରାପୁର ରେ ଗଣାଗଲା। ଉଦ୍ଦେଶ୍ୟ ଶିଶୁ ସେବିକା ନିଯୁକ୍ତିରୁ ଦେବେନ୍ଦ୍ର ଙ୍କ ସ୍ତ୍ରୀ କୁ ବାଦ୍ ଦେବା ଓ ଶିକ୍ଷକ ଅରୁଣ କୁମାର ପତିଙ୍କର ପୁରୁଣା ରାଗ ସୁଝାଇବା। ତେବେ ଏଠାରେ ପ୍ରଶ୍ନ ଉଠୁଛି ସରକାରୀ କାଗଜ ପତ୍ରର କଣ କୌଣସି ମୂଲ୍ୟ ନାହିଁ। ଜନଗଣନା ଆଳରେ ଜନୈକ ପରିବାରର ଠିକଣା ବଦଳାଇଦେବା ଆଇନ୍ ଅନୁଯାୟୀ ହୋଇଛିତ? ତେବେ ଏହାର ବିଧିବଦ୍ଧ ତଦନ୍ତ କରାଯିବା ସହ ଶିକ୍ଷକ ଅରୁଣ କୁମାର ପତି ନିଜ କ୍ଷମତାର ଅପବ୍ୟବହାର କରିବା ଅଭିଯୋଗରେ, କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଥିବା ବେଳେ ଦେବେନ୍ଦ୍ର ମୁଖି ପରିବାର କୁ ବେତନା ଗ୍ରାମରେ ସ୍ଥାନ ଦେବାକୁ ଦାବି ହୋଇଛି। ସବୁଠାରୁ ବଡ଼ କଥା ହେଉଛି ଶିକ୍ଷକ ଅରୁଣ କୁମାର ପତି ଙ୍କ ଘର ବଳରାମପୁର ପଞ୍ଚାୟତର ବଳରାମପୁର ଗ୍ରାମରେ ହୋଇଥିବା ବେଳେ,ନିଜ ପଞ୍ଚାୟତ ଅଧୀନରେ ଯାଉଥିବା ବେତନା ହରପ୍ରସାଦ ସରକାରୀ ନୋଡାଲ ବିଦ୍ୟାଳୟରେ ପନ୍ଦର ବର୍ଷ ରୁ ଅଧିକ ସମୟ ଧରି ଶିକ୍ଷକତା କରୁଥିବା ବେଳେ, ସ୍ଥାନୀୟ ରାଜନିତୀରେ ମଧ୍ୟ ରୁଚି ରଖିଥାନ୍ତି ଓ ବର୍ତମାନ ବିରୋଧୀ ଦଳ ବିଜେଡି ର ଜଣେ ଦୃଢ ସମର୍ଥକ ଅଟନ୍ତି। ସ୍ଥାନୀୟ ବିଜେଡି ସରପଞ୍ଚ ଓ ବିଜେଡି ପଞ୍ଚାୟତ ସଭାପତିଙ୍କୁ ସନ୍ତୋଷ୍ଟ କରି ଗୋଟିଏ ବିଦ୍ୟାଳୟରେ ଦୀର୍ଘ ବର୍ଷ ହେବ ରହିଛନ୍ତି।




ବାଲେଶ୍ୱର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l