Hot Posts

6/recent/ticker-posts

୫ଦିନରେ ବ୍ରହ୍ମପୁର ପୋଲିସର ୨ଟି ଏନକାଉଣ୍ଟର, ଭୟରେ ଲୁଚିଲେଣି ଅନ୍ୟ ଅପରାଧୀ

ବ୍ରହ୍ମପୁର, ୨୧/୦୫ ( ଜୟକୃଷ୍ଣ ପଟ୍ଟନାୟକ ) : ଗଞ୍ଜାମ ଜିଲ୍ଲାରେ ବିଗିଡ଼ି ଯାଇଥିବା ଆଇନ ଶୃଙ୍ଖଳା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ପୋଲିସ ବିଭାଗ କଡା ଆଭିମୁଖ୍ୟ ଗ୍ରହଣ କରିଛି।ଫଳ ସ୍ୱରୂପ ଗତ ୫ଦିନ ମଧ୍ୟରେ ୨ଜଣ ଅପରାଧୀଙ୍କୁ ଏନକାଉଣ୍ଟର କରି ପୋଲିସ ତାର ପ୍ରମାଣ ଦେଇସାରିଛି। ଯାହା ଫଳରେ ଅନ୍ୟ ଅପରାଧୀମାନେ ଭୟରେ ଥରିଲେଣି। ବ୍ରହ୍ମପୁରରେ ବିଚ ରାସ୍ତାରେ ତଳେ ପକାଇ ଯୁବକ ଉମେଶ ରଥ ଓ ଯୁବତୀଙ୍କୁ ପିଟିବା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ବୁଧବାର ରାତିରେ ଏନକାଉଣ୍ଟର କରିଛି ପୋଲିସ । ବ୍ରହ୍ମପୁର ଗିରିରୋଡରେ ଆକ୍ରମଣ ଘଟଣା ମୁଖ୍ୟ ଅଭିଯୁକ୍ତ ଥିଲା ମୁକେଶ ସାହୁ। ଗତକାଲି ବିଳମ୍ବିତ ରାତିରେ ଟାମଣାଘାଟିରେ ଅନ୍ୟ ଅପରାଧୀଙ୍କ ସମ୍ପର୍କରେ ସୂଚନା ଦେବାକୁ ଯାଇ ହଠାତ ଜଣେ ପୋଲିସ କର୍ମଚାରୀଙ୍କ ଠାରୁ ପିସ୍ତଲ ଛଡାଇ ପୋଲିସ ଉପରକୁ ଆକ୍ରମଣ କରି ଖସି ଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟର ରେ ମୁଖ୍ୟ ଅଭିଯୁକ୍ତ ମୁକେଶର ଡାହାଣ ଗୋଡ଼,ବାମ ହାତରେ ବାଜିଛି ଗୁଳି। ଅଭିଯୁକ୍ତ ନାଁରେ ରହିଛି ୯ରୁ ଅଧିକ ଅପରାଧିକ ମାମଲା ରହିଛି।ଆହତ ଅଭିଯୁକ୍ତକୁ ଏମକେସିଜି ମେଡିକାଲ ଆଇସିୟୁରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଏ ଯାଏଁ ମାମଲାରେ ଅନ୍ୟ ଦୁଇ ଅଭିଯୁକ୍ତ ରାଜ ମାଲହୋତ୍ରା ଓ ଲିଙ୍ଗରାଜ ସାମଲଙ୍କୁ ଗତ ବୁଧବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେହିପରି ବଡ଼ ଭାଇକୁ ଗତକାଲି ଏନକାଉଣ୍ଟର ହୋଇଥିବା ଦେଖି ସାନଭାଇ ଭୟରେ ଛାନିଆ ହୋଇ ଆତ୍ମସମର୍ପଣ କରିଛି ।ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁର ସାନ ଭାଇ ଆଶିଷ ସାହୁ ପୁଲିସ ଏନକାଉଣ୍ଟର ଭୟରେ ନିଜ ଓକିଲ ଚକ୍ରପାଣି ନାହାକ ଓ ବଣ୍ଟି ପଟ୍ଟନାୟକଙ୍କ ଜରିଆରେ ବୁଧବାର ଟାଉନ ଥାନରେ ଆତ୍ମସପର୍ପଣ କରିଥିବା ସୂଚନା ମିଳିଛି ।