Hot Posts

6/recent/ticker-posts

ବରିଷ୍ଠ ନାଗରିକ ପରିଚୟପତ୍ର ପ୍ରଦାନ କାର୍ଯ୍ୟକ୍ରମ

ବୀରମହାରାଜପୁର, ୧୭/୦୫ ( ଜଗଦିଶ ମେହେର ) : ଜିଲ୍ଲା ପୋଲିସ ପ୍ରଶାସନ, ସୁବର୍ଣ୍ଣପୁର ତରଫରୁ ସ୍ଥାନୀୟ ପୋଲିସ ଦ୍ବାରା ଆୟୋଜିତ ବରିଷ୍ଠ ନାଗରିକ ପରିଚୟପତ୍ର ପ୍ରଦାନ ଉତ୍ସବ ରବିବାର ସକାଳ ୮ ଘଣ୍ଟା ସମୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ପଞ୍ଚାୟତ ସମିତି କାର୍ଯ୍ୟାଳୟ ବୀରମହାରାଜପୁର ସଭାଗୃହରେ ଆୟୋଜିତ ଏକ ବିଶେଷ କାର୍ଯ୍ୟକ୍ରମରେ ସ୍ଥାନୀୟ ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଯୋଗଦେଇ ବରିଷ୍ଠ ନାଗରିକ ସମାଜର ପଥ ପ୍ରଦର୍ଶକ ଓ ସେମାନଙ୍କ ସମ୍ମାନ, ସୁରକ୍ଷା ସୁସ୍ଥତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି କହିବା ସହିତ ପୋଲିସ ସଦାବେଳେ ସହାୟତା ପ୍ରଦାନ କରିବ ବୋଲି ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ ଅଜିତ୍ କୁମାର ମିର୍ଦ୍ଧା, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୁରୁଷୋତ୍ତମ ଧାରୁଆ, ବରିଷ୍ଠ ନାଗରିକ ସଂଗଠନ, ବୀରମହାରାଜପୁରର ସଭାପତି ଦୟାନିଧି ହୋତା, ଭାରପ୍ରାପ୍ତ ଥାନା ଅଧିକାରୀ ଯଯାତି କେଶରୀ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ବରିଷ୍ଠ ନାଗରିକ ସଂଗଠନ ବୀରମହାରାଜପୁରର ପୂର୍ବତନ ସଭାପତି ଡ ପ୍ରଫୁଲ୍ଲ କୁମାର ରଥ ସ୍ବାଗତ କରିଥିବାବେଳେ ସଦସ୍ୟ ଯୁଗଳ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ସଂଗଠନ ସଂପାଦକ ଡ ଦ୍ବିତୀକୃଷ୍ଣ ପଣ୍ଡା ସଭା କାର୍ଯ୍ୟ ସଂଯୋଜନା କରିଥିଲେ।ଏହି ଉତ୍ସବରେ ୫୬ ଜଣ ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ବଣ୍ଟନ କରାଯାଇଥିଲା।