କଟକ, ୧୪/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ବର୍ତ୍ତମାନ ସମୟରେ ଯୁଦ୍ଧ ପାଇଁ ଏମିତି ପରିସ୍ଥିତ ଦେଇ ଗତି କରିବାକୁ ପଡୁଛି ସାଧାରଣ ଲୋକ ମାନଙ୍କୁ। ଆମେ କହିବାକୁ ଯାଉଛୁ ଗତ କିଛିମାସ ଧରି ଦେଶରେ ତେଲ, ଗ୍ୟାସ ସଙ୍କଟ ଲାଗିରହିଛି। ତିନି ଦିନ ହେବ ଦେଶ ର ପ୍ରଧାନ ମନ୍ତ୍ରୀ ତାଙ୍କ ଭାଷଣ ରେ କହିଲେ ଯେ ତେଲ ର ଖର୍ଚ୍ଚ କୁ କମ୍ କରିବା ପାଇଁ। କିନ୍ତୁ ହେଲା କଣ ହଠାତ୍ ତେଲ ନାହିଁ, ଆଉ ମିଳୁ ନାହିଁ ର ଗୁଜବ ରେ ସାରା ରାଜ୍ୟ ବେହାଲ। କେତେ ଯେ ସମସ୍ୟା ହେଲାଣି ତାହା ଗୋଟେ ଗୋଟେ କହିବା ସମ୍ଭବ ନୁହେଁ। ସେଥି ପାଇଁ କଟକ ସହର ରେ ଦେଖାଦେଇଛି ଭୟଙ୍କର ତେଲ ସଙ୍କଟ। ଯାହାକି ସନ୍ଧ୍ୟା ପୂର୍ବରୁ ଅନେକ ତେଲ ଟାଙ୍କି ରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ଲୋକମାନେ ଏ ଟାଙ୍କି ସେ ଟାଙ୍କି ଦୌଡି ଦୌଡି ଅତିଷ୍ଠ ହୋଇପଡ଼ିଲେଣି। ଅନଲାଇନ ଡେଲିଭରୀ ଚାଲୁଥିବା ବ୍ୟବସ୍ଥା ରେ ବହୁତ୍ ପ୍ରଭାବ ପଡ଼ିଛି।
👉 କେବେ ସୁଧୁରିବ ପରିସ୍ଥିତି
👉 କେମିତି ବଞ୍ଚିବ ଜୀବନ ଜୀବିକା
👉 ଦାୟୀ କିଏ ସରକାର ନା ଜନତା
କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ
