ମାଲକାନଗିରି, ୨୧/୦୫ ( ଶରତ ଚନ୍ଦ୍ର ଖରା ) : ମାଲକାନଗିରି ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖା ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ରେ ମୃତ୍ୟୁ ଜନିତ ବୀମା ରାଶି ପ୍ରଦାନ କରାଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜସିରକେ ଯୋଗ ଦେଇ ଚେକ ପ୍ରଦାନ କରିଛନ୍ତି।ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ ପ୍ୟାକେଜ କରିଥିବା ୫ ଜଣ ପୋଲିସ କର୍ମଚାରୀ ଙ୍କ ବିଭିନ୍ନ କାରଣ ଜନିତ ମୃତ୍ୟୁ ପରେ ତାଙ୍କ ଉତ୍ତରାଧିକାରୀ ଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଁ ପ୍ରତେକ ହିତାଧିକାରୀ ଙ୍କୁ ଚେକ ପ୍ରଦାନ କରା ଯାଇଛି. ଏହି ଉତ୍ସବ ରେ ମୁଖ୍ୟ ଵକ୍ତା ଭାବେ ଷ୍ଟେଟ ବ୍ୟାଙ୍କ ର ଜୟପୁର ଆଞ୍ଚଳିକ ପରିଚାଳକ ପ୍ରକାଶ ଗ୍ରହଚାର୍ଯ୍ୟ ଯୋଗଦାନ କରି ମାଲକାନଗିରି ଶାଖା ର ଏହିଭଳି ଜନହିତ କାରୀ କାର୍ଯ୍ୟ କୁ ଭୁୟସୀ ପ୍ରଶଂସା କରିଥିଲେ. ସମ୍ମାନିତ ଅତିଥି ରୂପେ ବେଦବର ପ୍ରଧାନ ଅତିରିକ୍ତ ଜିଲ୍ଲାପାଳ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦାଶରଥି ସରାବୁ, ଡିଏସପି ଅନାମ ଲାକ୍ରା, ମାଲକାନଗିରି ବ୍ରାଞ୍ଚ ମୁଖ୍ୟ ପରିଚାଳକ ବିନୋଦ କୁମାର ବିଶୋଇ ଉପସ୍ଥିତ ରହି କାର୍ଯ୍ୟ କ୍ରମକୁ ସଫଳ କରାଇଥିଲେ। ମାଲକାନଗିରି ମହା ବିଦ୍ୟାଳୟ ବାଣିଜ୍ୟ ବିଭାଗ ମୁଖ୍ୟ ଡ଼ଃ ରଞ୍ଜନ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ରେ ଯୋଗଦାନ କରିଥିଲେ. ଉପ ଶାଖା ପରିଚାଳକ ଅଜିତ କୁମାର ଆଚାର୍ଯ୍ୟ, କ୍ଷେତ୍ର ଅଧିକାରୀ ସୌମ୍ୟରଂଜନ ବେହେରା କାର୍ଯ୍ୟକ୍ରମ କୁ ସଫଳ କରିବାରେ ସାହାଯ୍ୟ କରିଥିଲେ. ସେହିପରି ଆରକ୍ଷୀ ଅଧିକ୍ଷକ କାର୍ଯ୍ୟାଳୟରେ ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଙ୍କ ଦ୍ଵାରା ବୀମା ରାଶି ପ୍ରଦାନ କରାଯାଇଛି ରଶ୍ମି ରେଖା ମାଝୀ (ସ୍ବର୍ଗତ ସ୍ୱାମୀ ଅକ୍ଷୟ କୁମାର ନାୟକ ), ସମରି ବୁରୁଡ଼ା (ସ୍ବର୍ଗତ ସ୍ୱାମୀ ରାମସିଂ ବୁରୁଡ଼ା), ଅମିତା କୁମାରୀ ପଟ୍ଟନାୟକ (ସ୍ବର୍ଗତ ସ୍ୱାମୀ ବୁଲୁ ପଟ୍ଟନାୟକ), ଦମୁ କୁରାମି (ସ୍ବର୍ଗତ ସ୍ୱାମୀ ଅର୍ଜୁନ ଚନ୍ଦ୍ର କୁରାମି), ରଶ୍ମିତା ଦୋରା (ସ୍ବର୍ଗତ ସ୍ୱାମୀ ରଞ୍ଜନ ହନ୍ତଳା ଚତୁର୍ଥ ବାଟାଲିୟନ ), ସେହିପରି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ରେ ମୃତ୍ୟୁ ଜନିତ ସାହାଯ୍ୟ ରାଶି ଦୁଇ ଲକ୍ଷ ବୀମା ରାଶି ଉତ୍ତୋରାଧିକାରୀ ଙ୍କୁ ପ୍ରଦାନ କରାଯାଇଛି ଦେବ ପଡିଆମୀ (ସ୍ବର୍ଗତ ସ୍ତ୍ରୀ ମୁକେ ପଡିଆମୀ), ମୁକା ମାଡକାମୀ (ସ୍ବର୍ଗତ ସ୍ତ୍ରୀ ପାଣ୍ଡ୍ରି ମାଡକାମୀ), ଝରଣା ଦୁର୍ଗା (ସ୍ବର୍ଗତ ମାତା ରୁକ୍ମଣୀ ଦୁର୍ଗା), ଭାରତୀୟ ଷ୍ଟେଟ ବ୍ୟାଙ୍କ ରେ ପୋଲିସ ସାଲାରୀ ପ୍ୟାକେଜ ରେ ଖାତା ଥିଲେ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ଏକ କୋଟି ୧୦ଲକ୍ଷ ଏବଂ ସାଧାରଣ ମୃତ୍ୟୁ ପାଇଁ ୧୦ ଲକ୍ଷ୍ ବୀମା ରାଶି ପ୍ରଦାନ କରାଯାଉଛି. ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଏହିଭଳି କାର୍ଯ୍ୟକ୍ରମ କୁ ବୁଦ୍ଧିଜୀବୀ ମହାଲରେ ଭୁୟସୀ ପଶଂସା କରାଯାଇଛି.
ମାଲକାନଗିରି ଜିଲ୍ଲା ପ୍ରତିନିଧି ଶ୍ରୀ ଶରତ ଚନ୍ଦ୍ର ଖରା ଙ୍କ ରିପୋର୍ଟ ନବଦୂତ ନ୍ୟୁଜ।
