ଲଇକେରାରେ ତୃତୀୟ ନବ ଦାସ ସ୍ମାରକୀ କ୍ରିକେଟ ଉଦଯାପିତ
ଲଇକେରା, ୨୨/୦୫ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା ଲଇକେରା କ୍ରୀଡା ସଂଘ ପକ୍ଷରୁ ପାଞ୍ଚ ଦିନିଆ ରାତ୍ରୀକାଳିନ ତୃତୀୟ ନବ ଦାସ ସ୍ମାରକୀ କ୍ରିକେଟ ମ୍ୟାଚ ଉଦଯାପିତ ହୋଇଯାଇଛି । ଏହି ଖେଳ ପ୍ରତିଯୋଗିତାରେ ସର୍ବମୋଟ ୧୬ଟି ଦଳ ଅଂଶଗ୍ରହଣ କରିଥିବା ବେଳେ ଲଇକେରା ଓ ରଙ୍ଗିଆଟିକ୍ରା ମଧ୍ୟରେ ରୋମାଞ୍ଚକର ଫାଇନାଲ ଖେଳ ହୋଇଥିଲା ସେଥିରେ ଲଇକେରା ଦଳ ବିଜୟୀ ହୋଇଥିଲେ ।ଫାଇନାଲ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ସଞ୍ଜିବ ରୋହିଦାସ ଓ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳୀ ସୁନୀଲଙ୍କୁ ଟ୍ରଫି ପ୍ରଦାନ କରି ସମ୍ମାନିତ କରାଯାଇଥିଲା । ପୁରସ୍କାର ବିତରଣୀ ଉତ୍ସବରେ ସ୍ୱର୍ଗତ ନବ ଦାସଙ୍କ ପୁଅ ବିଶାଳ ଦାସ ମୂଖ୍ଯ ଅତିଥି ଭାବେ ଯୋଗଦେଇ ଥିବାବେଳେ ସଂଘର ସଭାପତି ପ୍ରଦୀପ ବେହେରା, ସମ୍ପାଦକ ଜିତେନ୍ଦ୍ର ବେହେରା,ବ୍ଳକ ଅଧ୍ୟକ୍ଷ ସଞ୍ଜିବ ନାଏକ,ଗ୍ରାମ ମୂଖିଆ ଟଙ୍କଧର ନାଏକ, ପଞ୍ଚାନନ ନାଏକ, ଅର୍ଜୁନ ମେହେର, ଏସଜିଡି ଖାନ, ସୁରେନ୍ଦ୍ର ପଟେଲ, ଦିଲିପ ବେହେରା, କଲିମ ଖାଳ, ହେମସାଗର ବେହେରା ସହିତ ଭୂପାଳ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପୁରସ୍କାର ସହ ଟ୍ରଫି ପ୍ରଦାନ କରିଥିଲେ । ବିଦ୍ୟାଧର କିସାନ ଓ ରିତେଶ ମେହେର ଖେଳ ପରିଚାଳନା କରିଥିବାବେଳେ ସୈାଭାଗ୍ୟ ପଟେଲ ଖେଳର ଧାରା ବିବରଣୀ ଦେଇଥିଲେ । ସଂଘର ସଦସ୍ୟ ସହିତ ଗ୍ରାମବାସୀ ସହଯୋଗ କରିଥିଲେ ।