ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା |
ତେନ୍ତୁଳୀଖୁଣ୍ଟି, ୦୨/୦୫ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ତେନ୍ତୁଳୀଖୁଣ୍ଟି ବ୍ଲକ ପୂଜାରୀଗୁଡ଼ା ପଂଚାୟତ ସଦର ମହକୁମା ସ୍ଥିତ ସରକାରୀ ଉଚ୍ଚ ପ୍ରାଥକିମ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ମନରଞ୍ଜନ ମହାପାତ୍ର ନିଜ ଚାକିରୀ ଜୀବନରୁ ଅବସର ନେଇଥିବା ବେଳେ ଆଜି ବିଦ୍ୟାଳୟ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି |ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଶେଖର ଖୁରାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ର ଛାତ୍ରୀ ଉପସ୍ଥିତ ରହି ତାଙ୍କୁ ଉତ୍ତରୀୟ ଓ ଫୁଲତୋଡ଼ା. ଉପହାର. ଓ଼ ଶୁବେଛା ଦେଇ ଅବସର ବିଦାୟ ଜଣେଇଥିଲେ |ପ୍ରଧାନ ଶିକ୍ଷକ ଶ୍ରୀ ମହାପାତ୍ର ଦୀର୍ଘ 4ବର୍ଷ ଧରି ପୂଜାରୀଗୁଡ଼ା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଦାୟିତ୍ୱ ତୁଲେଇଥିଲେ |ସେ ଏକାଧାରରେ ଛାତ୍ର ବତ୍ସଲ, ପରୋପକାରୀ, ମେଳାପୀ ଓ ମିଷ୍ଟଭାଷୀ. ସରଳ ବ୍ୟକ୍ତି ଥିଲେ |ତତ ସହିତ ସେ ଥିଲେ ଜଣେ ଉଚ୍ଚ ଶିକ୍ଷିତ ଓ ଆଦର୍ଶ ଶିକ୍ଷକ |ଚାରିବର୍ଷର କାର୍ଯ୍ୟକଲାପ ମଧ୍ୟରେ ସେ ବିଦ୍ୟାଳୟର ଅନେକ ଉନ୍ନତି ମୂଳକ କାର୍ଯ୍ୟ କରିଥିଲେ |ମଞ୍ଚାସିନ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଅବିଭାବକ ଓ ଛାତ୍ରଛାତ୍ରୀ ଓ଼ ପୂର୍ବ ତନ ସରପଞ୍ଚ କୁମାର ପୁଜରୀ ସହିତ ବହୁତ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଅବସର ବିଦାୟ ଦିବସରେ ତାଙ୍କ ଗୁଣ ଗାରିମା ସବୁ ମନେ ପକେଇବା ସହିତ ତାଙ୍କ ଅବଶିଷ୍ଟ ଜୀବନ ସୁଖମୟ ହେବା ସହିତ ଆନନ୍ଦ ଉଲ୍ଲାସର ସହ ବିତୁ ବୋଲି କାମନା କରିଥିଲେ | ମୋନରଞ୍ଜନ ସାରଙ୍କ ଅବସର ବିଦାୟ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାଇଁ ଏକ ଅପୂରଣୀୟ କ୍ଷତି ହେଲେ ମଧ୍ୟ ତାଙ୍କର କରିଥିବା କାର୍ଯ୍ୟ ସ୍ମୃତି ଓ଼ ଶିକ୍ଷା ସଦା ସର୍ବଦା ସମସ୍ତ ଙ୍କ ହୃଦୟରେ ଅମର ରହିବ. ଆଜିର ଅବସର ବିଦାୟ କାଲିନ ସଭା ଦାୟିତ୍ୱ ଗ୍ରହଣ କରିଥିବା ପ୍ରଧାନ ଶିକ୍ଷୟତ୍ରୀ ପଲ୍ଲୀଶ୍ରୀ ବରାଡ ଙ୍କ ନେତୃତ୍ୱରେ କାର୍ଯ୍ୟ କାରି ହୋଇଥିଲା. ସହକାରୀ ଶିକ୍ଷକ ବିଭୁତି ଭୂଷଣ ପତି ସଭାକୁ ପରିଚାଳନା କରିଥିଲେ l
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର