Hot Posts

6/recent/ticker-posts

ଅନଲାଇନ ମେକାନିକ୍ ଖୋଜିବା ହେଲା କାଳ

କଟକ, ୨୦/୦୫ ( ଦେବୀ ଦତ୍ତ ଶିବପ୍ରସାଦ ନାୟକ ) : ବର୍ତ୍ତମାନ ସମୟରେ ଅନଲାଇନ ଠକେଇ ର ଶିକାର ହୋଇ ପଡିଛନ୍ତି ସାଧାରଣ ଲୋକ। ଏହି ସାଇବର୍ ଠକ ମାନେ କେତେ ବେଳେ ଯେ କାହା ସାଙ୍ଗରେ କଣ ଘଟାଇ ପାରନ୍ତି ତାହା କହିବା ସହଜ ନୁହେଁ। ଏମିତି ଘଟଣା ଘଟିଛି କଟକ ଜିଲ୍ଲା ଲାଲବାଗ ଥାନା ଅଞ୍ଚଳ ର ସୁନୀତା ପାଣି ଙ୍କ ସହ। ସୂଚନା ଅନୁସାରେ ଉକ୍ତ ମହିଳା ଙ୍କ ଏକ ଅଚଳ ୱାସିଙ୍ଗ ମେସିନ ସଜାଡ଼ିବା ପାଇଁ ମେକାନିକ୍ ର ଆବଶ୍ୟକ ଥିଲା। ଏଠି ସେଠି କି ନ ଯାଇ ଘରେ ଆସି ମେକାନିକ୍ ସଜାଡ଼ି ଦେବ ଭାବି ମହିଳା ଜଣକ ଅନଲାଇନ (ଗୁଗଲ) ରେ ମେକାନିକ୍ ସର୍ଚ୍ଚ କରିଥିଲେ। ଏମିତି ଖୋଜୁ ଖୋଜୁ ଗୋଟେ ମୋବାଇଲ ନମ୍ବର ମିଳିଥିଲା। ସେହି ନମ୍ୱର ରେ ସୁନୀତା କଲ କରିଥିଲେ। ସେହି କଲ ରିସିଭ୍ କରିଥିବା ବ୍ୟକ୍ତି ଜଣକ ନିଜକୁ ମେକାନିକ୍ ବୋଲି କହିଥିଲେ। ଆଉ ଏକଥା ମଧ୍ୟ କହିଥିଲେ କି ସେବା ପାଇବାକୁ ହେଲେ ତାଙ୍କୁ ମୋବାଇଲ ରେ ଗୋଟେ ଆପ୍ଲିକେସନ (ଆପ) ଇନଷ୍ଟଲ କରିବାକୁ ପଡିବ। କହିବା ଅନୁସାରେ ମହିଳା ଜଣକ ନିଜ ମୋବାଇଲ ରେ ସେହି ଆପ କୁ ଇନଷ୍ଟଲ କରିଥିଲେ। ବ୍ୟକ୍ତି ଜଣକ ଯେମିତି କହିଥିଲେ ସେ ସେମିତି ଆପ ରେ କ୍ଲିକ୍ କରିବା ପରେ ଫୋନ ଟି ହ୍ୟାକ ହୋଇଯାଇଥିଲା। କିଛି ସମୟ ପରେ ଏକ ମେସେଜ ଆସିଥିଲା ତାହା ଦେଖି ସୁନୀତା ଙ୍କ ହୋସ ଉଡିଯାଇଥିଲା। ମେସେଜ ରେ ଲେଖା ଅଛି କି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ରୁ ୧ ଲକ୍ଷ ୮ ହଜାର ଟଙ୍କା କଟି ଯାଇଛି। ସେତେ ବେଳେ ମହିଳା ଜଣକ ଜାଣିପାରିଲେ କି ସେ ସାଇବର୍ ଠକ ଙ୍କ ଶିକାର ହୋଇ ସାରିଛନ୍ତି। ପରେ ସେ ଲାଲବାଗ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାର ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସତ୍ୟବ୍ରତ ଭୂତିଆ ସୂଚନା ଦେଇଛନ୍ତି।



କଟକ ରୁ ଦେବୀ ଦତ୍ତ ଶିବପ୍ରସାଦ ନାୟକ