Hot Posts

6/recent/ticker-posts

କଟକ ଝିଙ୍କିରିଆ ରେ ବିଜେପି ଯୁବ ମୋର୍ଚ୍ଚାର ସଭା

କଟକ, ୦୪/୦୫ ( ଦେବୀଦତ୍ତ ଶିବପ୍ରସାଦ ନାୟକ ) : କଟକ ୪୨ ମୌଜା ଝିଙ୍କିରିଆ ରେ ଆୟୋଜିତ ହୋଇଥିଲା ବିଜେପି ଯୁବ ମୋର୍ଚ୍ଚାର ସଂଗଠନ ସଭା। ଏହି ସଭାରେ କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ସେଠୀ ଯୋଗ ଦେଇଥିଲେ। ଗ୍ରାମ ର ବୁଦ୍ଧିଜୀବୀ , ମହିଳା ଓ ଯୁବକ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ବିଧାୟକ ଙ୍କୁ ସ୍ଵାଗତ କରି ଥିଲେ। ଗ୍ରାମ ର କିଛି ଅସୁବିଧା ବିଷୟ ଆଲୋଚନା ସହ ସମାଧାନ ପାଇଁ ବିଧାୟକ ଙ୍କୁ ଅବଗତ କରାଯାଇଥିଲା , ଶ୍ରୀ ବିଧାୟକ ମଧ୍ୟ ସମସ୍ୟା ଶୁଣି ସମାଧାନ ପାଇଁ ସହମତି ପ୍ରକାଶ କରିଛନ୍ତି। ଗ୍ରାମ ର ବରିଷ୍ଠ ବ୍ୟକ୍ତି ବିଶେଷ ମାନଙ୍କୁ ଶ୍ରୀ ବିଧାୟକ ଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା 


କଟକ ରୁ ଦେବୀଦତ୍ତ ଶିବପ୍ରସାଦ ନାୟକ