ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର
କର୍ଲାମୁଣ୍ଡା, ୨୨/୦୫ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ବେଲପଡ଼ା ଠାରେ ଆର୍ଥିକ ସାକ୍ଷରତା ଓ ସଚେତନତା ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଥିଲା। ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ ଦିନମଣି ନାଏକ, ତେରେସିଂହା ଜିପିଏଲଏଫ୍ ସଭାନେତ୍ରୀ ପଦ୍ମିନୀ ବାଗ, ସିଆରପି ଜମ୍ବୁବତୀ ନାଏକ ପ୍ରମୁଖ ଉପସ୍ଥିତ ରହିଥିଲେ। ଶାଖା ପରିଚାଳକ ଶ୍ରୀ ନାଏକ ବ୍ୟାଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ଉପସ୍ଥିତ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ। ଏଥିରେ ଅଫିସ ଆସିଷ୍ଟାଣ୍ଟ ରବିନ୍ଦ୍ର ବାର୍ଲା, ଅସ୍ଥାୟୀ କର୍ମଚାରୀ ସୁଶାନ୍ତ ରଣା ପ୍ରମୁଖ ସହଯୋଗ କରିଥିଲେ।