Hot Posts

6/recent/ticker-posts

ଚଉମୁଖ ଡଗରା ସମୁଦ୍ର ତଟରେ ନାଲି ନୀଳ ରକ୍ତ କଙ୍କଡା ଓ ଅଲିଭ ରିଡିଲେ କଇଁଛଙ୍କ ସୁରକ୍ଷା ପ୍ରତି ପ୍ରଶାସନ ଦୃଷ୍ଟି ଦେଉ ।

ବାଲିଆପାଳ ୦୪/୦୫ ( ସନ୍ୟାସୀ ବେହେରା ) : ବାଲେଶ୍ବର ଜିଲ୍ଲା ଲଙ୍ଗଳେଶ୍ବର ବନ ବିଭାଗ ଅଧିନସ୍ତ ଚୌମୁଖ,ଡଗରା ସମୁଦ୍ର ବେଳଭୂମି ବିଗତ କେତେବର୍ଷ ହେବ ଅଲିଭ ରିଡଲେ କଇଁଛ ଓ ନାଲି କଙ୍କଡାଙ୍କ ଅଣ୍ଡା ଦାନ ସ୍ଥଳୀ ପାଲଟିଛି। ବର୍ଷକୁ ଶହ ଶହ ଅଲିଭ ରିଡ଼ଲେ କଇଁଛ ପର୍ଯ୍ୟାୟ କ୍ରମେ ଏଠାକୁ ଆସି ଅଣ୍ଡା ଦେଇ ପୁଣି ସମୁଦ୍ରକୁ ଫେରି ଯାଉଛନ୍ତି । ଅଣ୍ଡା ଦାନର ପାଖପାଖି ଦୁଇମାସ ମଧ୍ୟରେ ଅଣ୍ଡାରୁ ଶାବକ ଜନ୍ମ ନେଇ ସମୁଦ୍ରକୁ ଚାଲିଯାଆନ୍ତି। ଡଗରା ଚୌମୁଖ ସମୁଦ୍ର ବେଳାଭୂମି ଅଲିଭ ରିଡଲେ କଇଁଛର ଅଣ୍ଡା ଦାନର ଉପଯୁକ୍ତ ସ୍ଥାନ ହୋଇଥିଲେ ମଧ୍ଯ ଚଳିତ ବର୍ଷ ବହୁ କମ ସଂଖ୍ୟକ ଅଲିଭ ରିଡଲେ କଇଁଛ ଅଣ୍ଡା ଦେବାକୁ ଆସିଥିଲେ।ସମୁଦାୟ ୧୨ ଟି ପର୍ଯ୍ୟୟରେ ଶତାଧିକ ଅଣ୍ଡା ବନବିଭାଗ ସଂଗ୍ରହ କରିଥିବା କଥା ଫରେଷ୍ଟ ଗାର୍ଡ ପ୍ରକାଶ କରିଛନ୍ତି। ପ୍ରଥମେ ଅଣ୍ଡା ଗୁଡିକୁ ସଂଗ୍ରହ କରାଯାଇ ଅସ୍ଥାୟୀ ହେଚେରୀରେ ୫୨ଦିନ ରଖାଯିବା ପରେ ସେଥିରୁ ଛୁଆ ବାହାରେ । ପରେ ଛୁଆ ଗୁଡ଼ିକୁ ସମୁଦ୍ରରେ ଛଡାଯାଇଥାଏ। ତେବେ ଚଳିତ ବର୍ଷ ଡଗରା ବନବିଭାଗର ଦାୟିତ୍ଵରେ ଥିବା କର୍ମଚାରୀମାନେ ଅଳ୍ପ ସଂଖ୍ୟକ ଅଲିଭ ରିଡ଼ଲେ କଇଁଛ ଶାବକମନଙ୍କୁ ସମୁଦ୍ରରେ ଛାଡିଛନ୍ତି । ଅବହେଳାରୁ ବହୁ କଇଁଛ ଧୀବର ମାନଙ୍କ ଜାଲ ରେ ପଡି ମୃତ୍ୟୁ ବରଣ କରୁଛନ୍ତି। ସେହିପରି ନୀଳ ରକ୍ତ କଙ୍କଡା ମଧ୍ୟ ଏହି ବେଳାଭୂମି ଓ ସମୁଦ୍ରରେ ଏବେ ବହୁ ସଂଖ୍ୟାରେ ଦେଖା ଯାଉଛନ୍ତି। ଏହି କଙ୍କଡାଙ୍କ ରକ୍ତରୁ ବହୁ ଦୁର୍ମୁଲ୍ୟ ଜୀବନ ରକ୍ଷାକାରୀ ଔଷଧ ପ୍ରସ୍ତୁତ ହେଉ ଥିବାରୁ ଏହି କଙ୍କଡାଙ୍କ ସୁରକ୍ଷା ଏବେ ଜରୁରୀ ହୋଇ ପଡିଛି। ପ୍ରକୃତି ପ୍ରେମୀଙ୍କ ପାଇଁ ମଧ୍ୟ ଏହା ଶୁଭ ସୂଚନା।ଏହି ବେଳାଭୂମିରେ ମାଳ ମାଳ ନାଲି କଙ୍କଡାଙ୍କ ସମାବେଶ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ସମୁଦ୍ର ବାଲିରେ ଫୁଟେ ଦୁଇ ଫୁଟ ଗାତ କରି ରହୁଥିବା ନାଲି କଙ୍କଡା ପର୍ଯ୍ୟଟକଙ୍କ ସହିତ ଖୁବ ଲୁଚକାଳି ଖେଳ ଖେଳନ୍ତି। ଠିକ ସନ୍ଧ୍ୟା ସମୟକୁ ଏହି କଙ୍କଡା ଗୁଡିକ ସମୁଦ୍ର ତଟ ଜଳକୁ ଯାଇ ଖେଳି ବୁଲନ୍ତି। ଏହା ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରେ। ପ୍ରକୃତିର ଏହି ବିଚିତ୍ର ସମାବେଶ ଆଜି କିଛି ମୁଷ୍ଟିମେୟ ଲୋକ ଓ ବନ ବିଭାଗର ଅବହେଳାରୁ ଧ୍ବଂସ ମୁଖରେ। ଉଚ୍ଚ କତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେବାକୁ ଗଗନ ଧଳ, ସୁବଳ ମଣ୍ଡଳ, ଦୈତାରୀ ମଣ୍ଡଳ, ଘନଶ୍ୟାମ ଦାସ, ସୁମତୀ ଵେବର୍ତ୍ତା, ଜଳଧର ବେହେରା, ଗୁଣାକର ବେହେରା, ମୃତ୍ୟୁଞ୍ଜୟ ସାମଲ, ରତ୍ନାକର ଦାସ ପ୍ରମୁଖ ଦାବି କରିଛନ୍ତି।