Hot Posts

6/recent/ticker-posts

ମହିଳା ସଂରକ୍ଷଣ ବିଲ ଲାଗୁ କରିବା ପାଇଁ କଂଗ୍ରେସର ଶୋଭାଯାତ୍ରା

କଳାହାଣ୍ଡି, ୧୩/୦୫ ( ଶେଖର ସୁମନ ଦାଶ ) : ବିଜେପି ଦେଶବାସୀଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛି ବୋଲି ଅଭିଯୋଗ କରିବା ସହ ଏଥିରୁ ନିବୃତ ରହିବାକୁ ଆହ୍ୱାନ ଦେଇଛି ନର୍ଲା କଂଗ୍ରେସ। ଆଜି ପିସିସି ସଭାପତି ଙ୍କ ନିର୍ଦ୍ଦେଶକ୍ରମେ ନର୍ଲା କଂଗ୍ରେସ ସଭାପତି ଚୁଳମଣି ଗୌଡ଼ିଆ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଉଚ୍ଛବ ସାହୁଙ୍କ ଉପସ୍ଥିତି ରେ ନର୍ଲା ପୂର୍ତ୍ତ ବିଭାଗ ବଙ୍ଗଳା ଠାରୁ ବ୍ଲକ ଯାଏଁ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହିଳା ସଶକ୍ତୀକରଣ ଓ ରାଜନୈତିକ ଭାଗିଦାରୀ ଉପରେ ସବୁବେଳେ କଂଗ୍ରେସ ଗୁରୁତ୍ୱ ଦେଇ ଆସିଛି ବୋଲି ଜୋର ଦେଇ କହିବା ସହ ମହିଳାଙ୍କ ମର୍ଯ୍ୟାଦା ପ୍ରତି ସାମାନ୍ୟ ସମ୍ମାନ କିମ୍ବା ଦରଦ ନଥିବା ବିଜେପି ତୁଛାଟାରେ ନାଟକ କରୁଛି ବୋଲି କରିଛନ୍ତି ୨୦ ସେପ୍ଟେମ୍ବର ୨୦୨୩ରେ ମହିଳା ସଂରକ୍ଷଣ ବିଲ ସଂସଦରେ ପାସ ହୋଇ ସାରିଥିବାବେଳେ ତାହା କାର୍ଯ୍ୟକାରୀ ନକରି ଏବେ ସୀମା ପୁନଃ ନିର୍ଦ୍ଧାରଣ ବିଲ ଗୃହୀତ କରାଇ ନେବା ହିଁ ବିଜେପିର ଘୃଣ୍ୟ କସରତ ଥିଲା ବୋଲି ସେ କହିଛନ୍ତି। ଜନ ସଂଖ୍ୟାକୁ ଆଧାର କରି ଏକ ମତଭେଦପୂର୍ଣ୍ଣ ଯୋଜନା ମାଧ୍ୟମରେ ଓଡ଼ିଶା ପରି କିଛି ରାଜ୍ୟକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଯାଉ ଥିଲା। ୨୦୨୩ରେ କଂଗ୍ରେସ ସମେତ ପ୍ରାୟ ସବୁ ଦଳ ଏହାକୁ ସମର୍ଥନ କରି ଗୃହୀତ କରାଇଥିଲେ। ମାତ୍ର ସରକାର ୨୦୨୪ ନିର୍ବାଚନରେ ତାକୁ କାର୍ଯ୍ୟକାରୀ କଲେ ନାହିଁ କାହିଁକି? ତେଣୁ ୫୪୩ ଆସନ ମଧ୍ୟରୁ ୧୮୧ ମହିଳାଙ୍କୁ ପ୍ରତିନିଧିତ୍ୱ କରିବାକୁ କିଏ ବଂଚିତ କରିଛି ବୋଲି ସେ ପ୍ରଶ୍ନ କରିଛନ୍ତି । ୨୦୧୦ ମସିହାରେ ସଂସଦ ଓ ବିଧାନସଭାରେ ମହିଳାଙ୍କ ୩୩ ପ୍ରତିଶତ ସଂରକ୍ଷଣ ବିଲ ତତ୍କାଳୀନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟସଭାରେ ୧୦୮ ତମ ସମ୍ବିଧାନ ସଂଶୋଧନ ବିଲ ପାସ କରାଇଥିବା ବିଜେପି ଭୁଲି ଗଲା କିପରି? ଏହି ବିଲ ଉପରେ ବିତର୍କରେ ଭାଗ ନେଇ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କ ଗାନ୍ଧି ଯାହା ଉପସ୍ଥାପନ କରିଥିଲେ ତାହା ଯଥାର୍ଥ ବୋଲି କହିଛନ୍ତି ନର୍ଲା କଂଗ୍ରେସ ସଭାପତି ଶ୍ରୀ ଗୌଡ଼ିଆ l ଏହି ଶୋଭାଯାତ୍ରାରେ ନର୍ଲା ନିର୍ବାଚନ ମଣ୍ଡଳୀ ଅଧୀନ ସମସ୍ତ ବ୍ଲକ ସଭାପତି ସହ ବରିଷ୍ଠ କଂଗ୍ରେସ ନେତା ଅନିରୁଦ୍ଧ ବିଶ୍ୱାଳ,କୁମୁଦ ନାଏକ,ସୁଦାମ ପଧାନ, ବୀର କିଶୋର ମାଝୀ ସମେତ ବହୁ ବରିଷ୍ଠ କଂଗ୍ରେସ ନେତା ମହିଳା କଂଗ୍ରେସର କର୍ମକର୍ତ୍ତା, ଯୁବ କଂଗ୍ରେସ ସଭାପତି ଦିପୁ ପାତ୍ର ସହ ୨୦୦ରୁ ଉର୍ଦ୍ଧ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ l 



କଳାହାଣ୍ଡି ରୁ ଶେଖର ସୁମନ ଦାଶ ଙ୍କ ରିପୋର୍ଟ ନବଦୂତ ନିୟୁଜ l