Hot Posts

6/recent/ticker-posts

ଗୋରୁବୋଝେଇ ଗାଡି ଦୁର୍ଘଟଣାଗ୍ରସ୍ତ ଚାଳକ ଫେରାର

ଭଦ୍ରକ ୦୫/୦୫ ( ମାନସ କୁମାର ସାହୁ ) : ଗତକାଲି ବିଲମ୍ବିତ ରାତିରେ ତିହିଡି ବ୍ଲକ କଷଟି ପଞ୍ଚାୟତ ତୁଳସୀ ପୁର ରାସ୍ତା ରେ ଏକ ଗୋରୁ ବୋଝେଇ ଗାଡି ଅଧିକ ବେଗରେ ଯାଉଥିବା ର ଦେଖି ସ୍ଥାନୀୟ ଲୋକ ଗାଡିର ପିଛା କରିବା ବେଳେ ହଠାତ ଗାଡି ଚାଳକ ଭାରସାମ୍ୟ ହରାଇ ତୁଳସୀ ପୁର ରାସ୍ତା କଡ଼କୁ ଓଲଟି ପଡିଥିଲା, ଗାଡି ଛାଡି ଚାଳକ ଦୌଡ଼ି ପଳାଇ ଯାଇ ଥିଲା। ଖବରପାଇ ତିହିଡି ପୋଲିସ ଓ ସ୍ତାନୀୟଲୋକ ଗାଡ଼ିରେ ଥିବା ୧୦ଟି ଗୋରୁଙ୍କୁ ସୋଚ ନିଅ ଅବସ୍ଥା ରେ ଉଦ୍ଧାର କରିଥିବାର ସୁଚନା ମିଳିଛି।