Hot Posts

6/recent/ticker-posts

ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା

ବରୀ, ୨୫/୦୫ ( ରଂଜିତ ମହାନ୍ତି ) : ବୌଦ୍ଧପୀଠ ରତ୍ନଗିରି ଠାରେ ଆଇ ଆଇଜି ଆର୍ଟ ଏକାଡେମୀ ପକ୍ଷରୁ ଲର୍ଡ଼ ବୁଦ୍ଧ ଗ୍ୟାଲେରୀ ପ୍ରକୋଷ୍ଠରେ ପ୍ରତିଭା ଅନ୍ୱେଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ଏଥିରେ ବୌଦ୍ଧ ଗବେଷକ ଡ଼କ୍ଟର ହରିଚନ୍ଦ୍ର ପୃଷ୍ଟି, ସାହିତ୍ୟକ ଗଙ୍ଗଧର ମହାନ୍ତି, ସମାଜସେବୀ ଲଷ୍ମଣ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ l ଏଥିରେ ପ୍ରଭିଭା ଅନ୍ୱେଷଣ ଲାଗି ୪ଟି ବିଭାଗ ପାଇଁ ରଙ୍ଗୋଲି, ସାଧାରଣଜ୍ଞାନ, ହସ୍ତାକ୍ଷର, ଚିତ୍ରାଙ୍କନ ପ୍ରତିଯୋଗିତାରେ ୫୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ l ବିଚାରକ ଭାବେ ଶ୍ରୀକାନ୍ତ କୁମାର ମଲ୍ଲିକ, ଏଲିନା ବିଶ୍ୱାଳ, ମୋନାଲିସା ଚୌଧୁରୀ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରିଥିଲେ l ଉକ୍ତ କାର୍ଯ୍ୟକ୍ରମକୁ ଶିଳ୍ପୀ ଦିବାକର ମଲ୍ଲିକ ପରିଚାଳନା କରିଥିଲେ l