ସ୍କୁଟି ଓ କାର ମୁହାଁମୁହିଁ ଧକ୍କା, ୩ଜଣ ଗୁରୁତର
କଟକ, ୦୩/୦୫ ( କାହ୍ନୁ ଚରଣ ବାରିକ ) : ସ୍କୁଟି ଓ କାର ମୁହାଁମୁହିଁ ଧକ୍କା। ୩ଜଣ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ସାଲେପୁର ରାସ୍ତାର ନାଳିଆମୁହଁ ଛକ ନିକଟରେ। ସ୍କୁଟି ଚାଳକ ସାଲେପୁର ଅଭିମ୍ମୁଖେ ଆସୁଥିବା ବେଳେ କାରଟି କଟକ ଅଭିମୁଖେ ରଙ୍ଗ ସାଇଡ଼ରେ ଯାଇ ସାମ୍ନାପଟୁ ସ୍କୁଟିକୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ସ୍କୁଟିରେ ଥିବା ୨ଜଣ ଗୁରୁତର ହୋଇଥିବାବେଳେ କାରରେ ଥିବା ମହିଳା ଜଣକ ମଧ୍ୟ ଗୁରୁତର ହୋଇପଡିଥିଲେ।