ବିଜେଡି_ଛାଡ଼ିଲେ_ଦେବାଶିଷ
କଟକ, ୨୫/୦୫ ( କାହୁଁ ଚରଣ ବାରିକ ) : ରାଜ୍ୟସଭା ସାଂସଦ Debashish_Samantaray ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ Naveen_Patnaikଙ୍କୁ ପଠାଇଛନ୍ତି। ଦେବାଶିଷ କହିଛନ୍ତି, ଦଳ ପକ୍ଷରୁ ତାଙ୍କୁ ଯୋଜନାବଦ୍ଧ ଭାବେ ଅଣଦେଖା କରାଯାଉଥିବାର ଅନୁଭବ ସେ କରୁଥିଲେ। “ଦଳ ଆଉ ମୋର ସେବା ଚାହୁଁନି ବୋଲି ମନେ ହେଉଛି। ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ମୁଁ ଏଭଳି ଚରମ ନିଷ୍ପତ୍ତି ନେଇଛି,” ବୋଲି ସେ କହିଛନ୍ତି।