Hot Posts

6/recent/ticker-posts

ଆନ୍ତର୍ଜାତୀୟ ଆର୍ଟ ଅଫ ଲିଭିଂ ସମାରୋହ

କର୍ଲାମୁଣ୍ଡା, ୧୭/୦୫ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ କୁସୁର୍ଲା ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିରଠାରେ କିଟ୍, କିସ୍ ଓ କିମ୍ସ୍ ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଆର୍ଟ ଅଫ ଲିଭିଂ କାର୍ଯ୍ୟକ୍ରମ ପାଳିତ ହୋଉଛି । ଏହି କାର୍ଯ୍ୟକ୍ରମରେ କିସ୍ ଅନୁଷ୍ଠାନ ରେ ଅଧ୍ୟୟନ କରୁଥିବା ଛାତ୍ରଛତ୍ରୀ ଓ ଅବିଭାବକମାନେ ଉପସ୍ଥିତ ଥିଲେ । ଅତିଥିମାନେ ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କୁ ଜନଜାତିର ଜନନାୟକ ବୋଲି ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ସୁରେଶ ଚୌଧୁରୀ, ସମ୍ମାନୀତ ଅତିଥି ଭାବେ କୁଶୁର୍ଲା ସରସ୍ଵତୀ ଶିଶୁ ଵିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ୟ କୈଳାସ ଚନ୍ଦ୍ର ପ୍ରଧାନ, କିସ୍ ର କଳାହାଣ୍ଡି ସଂଯୋଜକ ଶ୍ରୀ କେଶବ ଭୋଇ ଓ ସହଯୋଗୀ ଶ୍ରୀ ତପିନ୍ଦ୍ର ସାହୁ, କିସ୍ ର ପୁରାତନ ଛାତ୍ର ଅଧ୍ୟାପକ ନୀଳାମ୍ବର ପତ୍ର, ଶ୍ୟାମସୁନ୍ଦର ଭୋଇ, ଭୀମ ଭୋଇ, ଦ୍ରୋଣାଚାର୍ଯ୍ୟ ମାଝୀ, ଭୋଳାରାମ୍ ମାଝୀ, କିସ୍ ର ଶିକ୍ଷକ ଖିରସିନ୍ଧୁ ସାହୁ ଉପସ୍ଥିତ ଥିଲେ । ଚଲିତ ବର୍ଷ କିସ୍ କଳାହାଣ୍ଡିର ମାଟ୍ରିକ ରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।