Hot Posts

6/recent/ticker-posts

ତିନିଟି ବ୍ଲକ ରେ ଭୂମିକମ୍ପ ଝଟକା: ରିକ୍ଟର ସ୍କେଲରେ ତୀବ୍ରତା ୪.୧, ଲୋକମାନେ ଭୟଭୀତ

ଝରିଗାଁ, ୨୯/୦୪ ( ନକୁଳ ଭତ୍ରା ) : ନବରଙ୍ଗପୁର ଜିଲ୍ଲାର ଝରିଗାଁ,ଚନ୍ଦହାଣ୍ଡି, ତେନ୍ତୁଳିକୁଣ୍ଟି, ବ୍ଲକ ରେ ଆଜି ଭୂମିକମ୍ପର ଝଟକା ଅନୁଭୂତ ହୋଇ ଲୋକମାନଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଥିଲା। ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୭ଟା ୪୨ ମିନିଟ ସମୟରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୧ ଥିବା ସୂଚନା ମିଳିଛି। ଭୂମିକମ୍ପର ଝଟକା ପରେ ଝରିଗାଁ, ଚନ୍ଦାହାଣ୍ଡି, ତେନ୍ତୁଳିକୁଣ୍ଟି,,ସହିତ ଜିଲ୍ଲାର ବିଭିନ୍ନ ସହର ଓ ଗ୍ରାମାଞ୍ଚଳର ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ବାହାରି ଆସିଥିଲେ। ତେବେ ସ୍ଥାନୀୟ ପ୍ରଶାସନ ଓ ଅନ୍ୟାନ୍ୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ, ଏହି ଭୂମିକମ୍ପରେ କୌଣସି ପ୍ରକାରର ଜୀବହାନି କିମ୍ବା ସମ୍ପତ୍ତି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।