Hot Posts

6/recent/ticker-posts

ଜୟପୁରରେ ଶିକ୍ଷା ସଚେତନତାର ନୂଆ ଅଭିଯାନ: ଶିକ୍ଷା ରଥ ପହଞ୍ଚିଲା ଗ୍ରାମେ ଗ୍ରାମେ

ଜୟପୁର, ୧୦/୦୪ ( ଗୁପ୍ତ ପ୍ରସାଦ ପତ୍ରିକା ) : ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଅଧିନରେ ଥିବା ବିଭିନ୍ନ ବିଦ୍ୟାଳୟକୁ ଶିକ୍ଷା ସଚେତନ ରଥ ଦ୍ବାରା ସଭିଙ୍କୁ ସଚେତନ କରାଇବା ନେଇ ଶିକ୍ଷା ରଥ ତା ୦୪.୦୪.୨୦୨୬ ରିଖ ଦିନ ଜୟପୁର କୁନ୍ଦୁରି ଗୁଡା ଠାରୁ ବାହାରି ଜୟପୁର ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟ ଅତିକ୍ରମ କରି ଆଜି କଙ୍ଗା ସାଧନ କେନ୍ଦ୍ର ର ଶିବ ଗୁଡ଼ା ପ୍ରାଥମିକ ବିଦ୍ୟାଳୟରେ ପହଞ୍ଚିଥିଲା, ଏହା ଦ୍ବାରା ସମସ୍ତ ଙ୍କୁ ସଚେତନ କରାଇବା ସହିତ ବିଦ୍ୟାଳୟ ମାନଙ୍କରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ କରିବା ନେଇ ସମସ୍ତ ଙ୍କୁ ସଚେତନ କରାଯାଉଥିଲା,ଶିବ ଗୁଡ଼ା ରେ ଶିକ୍ଷା ରଥ କୁ ବିପୁଳ ସମ୍ବର୍ଦ୍ଧନା ଦିଆ ଯାଇଥିଲା, ଶିବ ଗୁଡ଼ା ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଜଗଦୀଶ ମିଶ୍ର ଙ୍କ ସମେତ ଉକ୍ତ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ର ଆୟଜନ କରିଥିଲେ, ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଚନ୍ଦନ କୁମାର ନାୟକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ, ଶ୍ରୀ ରାଜେନ୍ଦ୍ର ନାରାୟଣ ପାଢି ବିଭାଗୀୟ ଅଧିକାରୀ ଶ୍ରୀ ଶଶୀଭୂଷଣ ଦାଶ୍ ବରିଷ୍ଠ ସହାୟକ, ଶ୍ରୀ କେ ଗୋପାଳ, ସୋମନାଥ ଗାଦବା ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ, ଉତ୍ତମ ଛାତ୍ର ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ବାରା ପୁରସ୍କୃତ କରାଯାଇଥିଲା, ଶ୍ରୀ କିରଣ ମହାରଣା, ରଞ୍ଜିତ ମହାନ୍ତି, ମନୋଜ ପଟ୍ଟନାୟକ, କିଶୋର ତ୍ରିପାଠୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ. ଶ୍ରୀ ଜଗନ୍ନାଥ ମିଶ୍ର ଶିକ୍ଷା ରଥ ସହିତ ବୁଲି ବୁଲି ସମସ୍ତ ଙ୍କୁ ସଚେତନ କରାଇବା ଯୋଗୁଁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଜୟପୁର ଶ୍ରୀ ନାୟକ ତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ