Hot Posts

6/recent/ticker-posts

ଝରିଗାଁ ଅଞ୍ଚଳରେ ବେଧଡକ ଚାଲିଛି ଖୁଡ଼ୁ ଖୁଡି ଜୁଆ ଖେଳ।

ଝରିଗାଁ, ୧୭/୦୪ ( ନକୁଲ ଭତରା ) : ବେଧଡକ ଚାଲିଛି ଖୁଡ଼ୁ ଖୁଡି ଜୁଆ ଖେଳ। ଝରିଗାଁ ବ୍ଲକ ର ବିଭିନ୍ନ ଅଞ୍ଚଳରେ ଯାତ୍ରା ହେଉକି ସାପ୍ତାହିକ ହାଟ ବେଧଡକ ଚାଲିଛି ଖୁଡ଼ୁ ଖୁଡି ଜୁଆ ଖେଳ। ଝରିଗାଁ ଉମରକୋଟ ମୁଖ୍ୟ ରାସ୍ତାର ଗୁରୁସୁଙ୍ଗା ପଞ୍ଚାୟତ ଅନ୍ତର୍ଗତ କୁସୁମୀ ଗ୍ରାମର ସାପ୍ତାହିକ ହାଟରେ ଗତ କିଛି ମାସ ହେବ ନିୟମିତ ଚାଲିଛି ଖୁଡୁ ଖୁଡି ଖେଳ। ଥାନା ଠାରୁ ପ୍ରାୟ ତିନି କିମି ଦୂରରେ ସାପ୍ତାହିକ ହାଟ ବସୁଥିବା ବେଳେ ପ୍ରତି ହାଟ ପାଳିରେ ଜୁଆ ଖେଳ ହେଉଛି। ଜୁଆ ଖେଳ ଆୟୋଜନ କରୁଥିବା ଦଲାଲ ମାନଙ୍କୁ ପୋଲିସ ପ୍ରଶାସନର ଭୟ ନାହିଁ। ଦିବା ଆଲୋକରେ ଜୁଆଖେଳ ପସରା ମେଲାଇ ଖେଳ କରୁଛନ୍ତି ଦଲାଲ। ପୋଲିସ ପ୍ରଶାସନର ନାକ ତଳେ ଜାରି ରହିଛି ଜୁଆ ଖେଳ। ଚାଷ ଅମଳ ପରେ ବିଭିନ୍ନ ଗ୍ରାମରେ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ କମିଟି କୁ ଧରି ଛିଡା ପଡା କରି ଯାତ୍ରା ଅବସରରେ ଖୁଡୁ ଖୁଡି ଖେଳ ଆୟୋଜନ ହେଉଛି। ସେହିପରି ସାପ୍ତାହିକ ହାଟ ମଧ୍ୟରେ ଝରିଗାଁ ବ୍ଲକ ଏକାମ୍ୱା ରବିବାର ଦିନ ବେଲଗାଁ ସାପ୍ତାହିକ ହାଟ ମଙ୍ଗଳବାର ଦିନ ଓ କୁସୁମୀ ଶୁକ୍ରବାର ଦିନ ଏପରି ଏକାଧିକ ସ୍ଥାନରେ ବେଧଡକ ଚାଲିଛି ଜୁଆ ଖେଳ। ପୋଲିସ ଜାଣିଶୁଣି ଖବର ପାଇ ମଧ୍ୟ ନୀରବ ରହିବା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବା ସମାଜରେ ଏକ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେଉଛି। ଗରିବ ଖଟିଖିଆ ପରିବାର ଲୋକେ ଜୁଆ ଖେଳି ସର୍ବସ୍ୱାନ୍ତ ହେଉଛନ୍ତି। ନିଶାନିବାରଣ , ମଦ ମୁକ୍ତ ପାଇଁ ଲୋକେ ସଚେତନ ହୋଇ ଏଗୁଡ଼ିକ ବନ୍ଦ କରୁଥିବା ବେଳେ ଜୁଆଖେଳ ବନ୍ଦ ହୋଇ ପାରୁନାହିଁ। ବିଶେଷ କରି ଯୁବବର୍ଗ ଏହାର ଶିକାର ହେଉଛନ୍ତି। ଅନ୍ୟପକ୍ଷେ ଏଭଳି ଅସାମାଜିକ କାର୍ଯ୍ୟ ହେଉଟିବା ବେଳେ ପୋଲିସ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରିବା ପୋଲିସ ପ୍ରଶାସନ ପରି ପ୍ରଶ୍ନବାଚୀ ସୃଷ୍ଟି କରୁଛି। ଝରିଗାଁ ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ରହିଥିବାରୁ ଏହାର ପ୍ରତିକାର ନିତ୍ୟାନ୍ତ ଆବଶକ୍ୟ ବୋଲି ସ୍ଥାନୀୟ ଅଞ୍ଚଳବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।