Hot Posts

6/recent/ticker-posts

ବରଗଡ ଜିଲ୍ଲା ପଦ୍ମପୁର ବ୍ଲକ୍ ବିସିପାଲି ରେ ହନୁମାନ ମନ୍ଦିର ପ୍ରତିଷ୍ଠା ଓ ନାମଯଜ୍ଞ ଉତ୍ସବ ପାଇଁ ଶୁଭ କଳସ ଶୋଭାଯାତ୍ରା ।

ବରଗଡ଼, ୧୧/୦୪ ( ଆଶିଷ କୁମାର ଭୋଇ ) : ବରଗଡ ଜିଲ୍ଲା ରାଜବୋଡାସମ୍ବର (ପଦମପୁର) ବ୍ଲକ ଅଧିନସ୍ଥ ବିସିପାଲି ଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଶୁଭ କଳସ ଶୋଭାଯାତ୍ରା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ତଳି ଜୁନ୍ହା କଣ୍ଟା ବନ୍ଦ ରୁ ଗ୍ରାମର ଶତାଧିକ ଶ୍ରଦ୍ଧାଳୁ ମହିଳା ଗଣ ମୁଣ୍ଡରେ କଳସ ବୋହି ଡିଜେ, ଘଣ୍ଟ ପାର୍ଟି, ସଂକୀର୍ତନ ଦଳ ଓ ଘଣ୍ଟ, ଶଙ୍ଖ ବାଦ୍ୟ ର ତାଳେ ତାଳେ ଗ୍ରାମର ପରିକ୍ରମା କରିଥିଲେ। ଏହି ଶୋଭାଯାତ୍ରା ରେ ସାହସ୍ରାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଯଂଜ୍ଞ ମଣ୍ଡପରେ ଶୁଭ କଳସ ସ୍ଥାପନ ପରେ ଅଷ୍ଟ ପ୍ରହରୀ ନାମ ସଂକୀର୍ତନ ଆରମ୍ଭ ହୋଇ ବିସିପାଲି ରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ମନ୍ଦିର ପ୍ରତିଷ୍ଠା ଯଜ୍ଞ କର୍ତ୍ତା ରୂପେ ରାଜେଶ ବହିଦାର ଓ ଧର୍ମପତ୍ନୀ ଗୀତାଞ୍ଜଳି ବହିଦାର କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ଅଷ୍ଟ ପ୍ରହରୀ ନାମ ଯଜ୍ଞରେ ପ୍ରିତେସ ବହିଦାର ଓ ଧର୍ମପତ୍ନୀ ନିହାରିକା ମହାନ୍ତି କାର୍ଯ୍ୟ ସମ୍ପାଦନ କରୁଛନ୍ତି। ମୁଖ୍ୟ ପୂଜକ ଭାବେ ପଣ୍ଡିତ ଫୋଉଜଲାଲ ନନ୍ଦ ଓ ତାଙ୍କ ସହଯୋଗୀ ପୌରହିତ୍ୟ କରୁଛନ୍ତି । ପ୍ରତ୍ୟେକ ଦିନ ଭକ୍ତଙ୍କ ପାଇଁ ଅନ୍ନ ଭୋଗର ବ୍ୟବସ୍ଥା କରଯାଇଥିବା ବେଳେ ପାଞ୍ଚ ଦିନ ଧରି ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ରହିଛି।ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ଦରବାର କାର୍ଯ୍ୟକ୍ରମ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ବିଶେଷ ଆକର୍ଷଣ ରହିଛି ମିନା ବଜାର।




ବରଗଡ ଜିଲ୍ଲା ରୁ ଆଶିଷ କୁମାର ଭୋଇ ଙ୍କ ରିପୋର୍ଟ।