ତାଳମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳିତ
ଲିଇକେରା, ୦୭/୦୪ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଳା ଲଇକେରା ଵ୍ଳକ ଅନ୍ତର୍ଗତ ତାଳମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଧିର ଡନସନାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଭାରେ ମୂଖ୍ୟ ଅତିଥି ଭାଵରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ହିଂମାଶୁ ବାଗ ଯୋଗଦେଇଥିବାବେଳେ ମୂଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଶାରୀରିକ ଖେଳ ଶିକ୍ଷକ ସୁରେଶ ଚନ୍ଦ୍ର ନାଏକ ତଥା ସମ୍ମାନୀତ ଅତୀଥି ଭାବରେ ବିଆରସିସି ଜନ୍ମାଜୟ ନାଏକ, ଏଵିଇଏ ହରିଶ ଚନ୍ଦ୍ର ନାୟକ, ଗ୍ରାମ ମୂଖିଆ ଅଜୟ କୁମାର ପଟେଲ, ସାହାସପୁର ସିଆରସିସି ପ୍ରଦୀପ କୁମାର ନାଏକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମକୁନ୍ଦ ଦିହୁରିଆ, ଏସ୍ଏମସି ଚ୍ୟାୟାରପାର୍ସନ ଯେମନ୍ତ କୁମୁରା, ସମାଜସେବୀ ଭେଷଜ ଗର୍ଡିଆ, ପୂର୍ବତନ ଜିଲ୍ଳାପରିଷଦ ସଭ୍ୟ ବ୍ରଜକିଶୋର ସୁନାନୀ, ତାଳମୁଣ୍ଡା ସିଆରସିସି ମନୋରଞ୍ଜନ କଣ୍ଟା, ହିସାଵରକ୍ଷକ ଛବିଲତା ସେଠ, ଶିକ୍ଷକ ଶୁକ୍ରୁ ନେଟୀ ପ୍ରମୁଖ ଉପସ୍ଥିତ ଥିଲେ । ମକୁନ୍ଦ ଦିହୁରିଆ ଙ୍କ ତରଫରୁ ଏକାଧିକ ଦକ୍ଷତାର ଅଧିକାରୀ ହୋଇଥିବା ଛାତ୍ରୀ ପ୍ରାଚୀ ଧରେଇ ଙ୍କୁ ଷ୍ଟୁଡେଣ୍ଟ ଅଫ ଦିୟର ଭାବରେ ସମ୍ମାନିତ କରାଯାଇଥିଲା । ଵିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ମମତା ଧୁରୁଆ ବିଦ୍ୟାଳୟର ବାର୍ଷିକ ବିବରଣୀ ପଠନ କରିଥିଲେ ।ମଧ୍ୟାହ୍ନ ଭୋଜନ ପରେ କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ପ୍ରଦୀପ କୁମାର ନାଏକ ଏବଂ ମନୋରଞ୍ଜନ କଣ୍ଟାଙ୍କ ମିଳିତ ସଂଯୋଜନାରେ ସାଂସ୍କୃତିକ କାର୍ଯ୍ଯକ୍ରମ ହୃଦୟ ସ୍ପର୍ଶୀ ହୋଇପାରିଥିଲା । କାର୍ଯ୍ୟକ୍ରମର ମଧ୍ଯଭାଗରେ ପାକେଲପଡା ସରପଞ୍ଚ ସୁକେଶିନୀ ପଟେଲଙ୍କ ଉପସ୍ଥିତି କାର୍ଯ୍ୟକ୍ରମର ମାଧୁର୍ଯ୍ୟକୁ ଦ୍ୱିଗୁଣିତ କରିଥିଲା । ଶିକ୍ଷୟିତ୍ରୀ ପ୍ରତୀମା କିସାନଙ୍କ ନେତୃତ୍ୱରେ ବାର୍ଷିକ କ୍ରୀଡାର କୃତୀ ଛାତ୍ର ଛାତ୍ରୀଙ୍କୁ ଅତିଥି ଗଣଙ୍କ କରକୋମଳରେ ମାନପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମଟି ସମସ୍ତ ଏସଏମସି ସଭ୍ଯ ସଭ୍ୟା ତଥା ପିତାମାତା ଅଭିଭାବକ ମାନଙ୍କର ସହଯୋଗରେ ସୁଚାରୁରୂପେ ସମ୍ପାଦନ ହୋଇଥିବାବେଳେ ଶିକ୍ଷୟିତ୍ରୀ ରଞ୍ଜିତା ମିଶ୍ର ସଂଯୋଜନା କରିଥିବାବେଳେ ଶିକ୍ଷୟିତ୍ରୀ ରିଙ୍କି ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।