Hot Posts

6/recent/ticker-posts

ଭଲ ରାସ୍ତାକୁ ତାଡ଼ି ନିମ୍ନମାନର ପିଚୁ କାମ,ଅଭିଯୋଗ ଅର୍ଥ ହଡ଼ପ

ଧୁଷୁରୀ, ୦୩/୦୪ ( ଗୋବିନ୍ଦ ତ୍ରିପାଠୀ ) : ଚାନ୍ଦବାଲି ବ୍ଲକ ନ।ନ୍ଦପୁର ପଞ୍ଚାୟତସ୍ଥିତ ବାଙ୍କମୁହାଁ ନିକଟରେ ଥ‌ିବା ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କରେ ଭଲ ରାସ୍ତାକୁ ତାଡ଼ି ନିମ୍ନମାନର ପିଚୁ କାମ କରି ଠିକାଦାର ଅର୍ଥ ହଡ଼ପ କରିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏନେଇ ସେମାନେ ଗୁରୁବାର ଏକ ଅଭିଯୋଗ ପତ୍ର ଭଦ୍ରକ ଜିଲ୍ଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଡାକ ଯୋଗେ ପଠାଇଛନ୍ତି। ଏହାର ତଦନ୍ତ ପାଇଁ ସେମାନେ ଦାବି କରିଛନ୍ତି। ସେମାନେ ଦର୍ଶାଇଛନ୍ତି, ଏହି ରାସ୍ତାରେ ଯେଉଁଠି ରାସ୍ତା ଖରାପ ଅଛି, ସେଠାରେ ପିଚୁ ନ ପକାଇ ଯେଉଁଠି ଭଲ ରାସ୍ତା ଥିଲା, ସେଠାରେ ରାସ୍ତାକଡ଼ରେ ଡହଡହ ଖରାରେ ପିଚୁ ତରଳାଇ, ପ୍ରଦୂଷଣ ନିୟମକୁ ବେଖାତିର କରି ବିଭାଗୀୟ ଅଧିକାରୀ ଓ ଠିକାଦାର ଅର୍ଥ ହଡ଼ପ କରିବାକୁ ଯୋଜନା କରିଛନ୍ତି। ଏହାବ୍ୟତୀତ ଯେଉଁଠି ପିଚୁ ପକାଇ ରାସ୍ତା ମରାମତି କରାଯାଇଛି, ସେଠାରେ ୨ ଦିନ ମଧ୍ୟରେ ପିଚୁ ଉଠିଯିବା ଭଳି ପରିସ୍ଥିତି ଦେଖାଦେଇଛି। ସେହିପରି କୌଣସି ଫଳକ ନ ଥାଇ ପ୍ରାୟ ୫ଶହ ମିଟର ରାସ୍ତା ଏପରି ନିମ୍ନମାନର କାମ କରି ଠିକାଦାର ଅର୍ଥ ହଡ଼ପ କରି କରିଥିବାରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଲୋକେ ଦାବି କରିଛନ୍ତି। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ୍ନ ବିଭାଗ ଏସ୍‌ଡିଓ ରଞ୍ଜନ କୁମାର ନାୟକଙ୍କୁ ପଚାରିବାରୁ କେଉଁ ସ୍ଥାନରେ କାମ ହେଉଛି, ସେ ଜାଣି ନ ଥିବା କହିଛନ୍ତି। ଚାନ୍ଦବାଲି ବ୍ଲକ ନାନ୍ଦପୁର ପଞ୍ଚାୟତ । ବାଙ୍କମୁହାଁ ନିକଟରେ ରାସ୍ତାରେ ପଡ଼ିଥିବା ନିମ୍ନମାନର ପିବୁ।