Hot Posts

6/recent/ticker-posts

ଆଁସ ଟ୍ରାନ୍ସପୋର୍ଟ ପାଇଁ କଳାହାଣ୍ଡି ର ଟ୍ରକ ମାଲିକ ସଂଘ ର ପ୍ରତିବାଦ।ବାହାର ମାଲ କୁ କାମ ଦେଉଛି ଠିକା ସଂସ୍ଥା।

କଳାହାଣ୍ଡି, ୦୧/୦୪ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲାରେ ବେଦାନ୍ତ କମ୍ପାନୀର ଆଁସ ଟ୍ରାନ୍ସପୋର୍ଟକୁ ନେଇ ବିବାଦ ଦେଖାଦେଇଛି । ସ୍ଥାନୀୟ ଟ୍ରକ ମାଲିକଙ୍କୁ କାମ ନ ମିଳିବା ଅଭିଯୋଗରେ ଆଜି ଆନ୍ଦୋଳନ ରେ ଓଲେଇଛନ୍ତି ଟ୍ରକ୍ ଆସୋସିଏସନ୍ ମିଳିଛି। ମା ମାଣିକେଶ୍ଵରୀ ଡମ୍ପର ସଂଘ ଓ ମା ଭୈରବୀ ଟ୍ରକ ମାଲିକ ସଂଘର ମିଳିତ ମଞ୍ଚ ପକ୍ଷରୁ ବେଦାନ୍ତ ଆଁସ ଗାଡିକୁ ରୋକାଯାଇଛି । ଅଭିଯୋଗ ଅନୁସାରେ, କଳାହାଣ୍ଡି ଜିଲ୍ଲାର ଟ୍ରକ ମାଲିକମାନେ କାମ ପାଉନଥିବାବେଳେ ବାହାର ଅଞ୍ଚଳର ଠିକା ସଂସ୍ଥାମାନେ ଟ୍ରକ ଲଗାଇ ଆଁସ ପରିବହନ କରୁଛନ୍ତି । ଏହାର ପ୍ରଭାବରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଶତାଧିକ ଟ୍ରକ ମାଲିକ ଜୀବିକା ସମସ୍ୟାରେ ପଡ଼ିଛନ୍ତି । ଏହାକୁ ପ୍ରତିବାଦ କରି ଆଜି ଛତିକୁଡା ନିକଟରେ ସଭା ଆୟୋଜନ କରାଯାଇଥିଲା । ପରେ ସଂଘ ସଦସ୍ୟମାନେ ଏକତ୍ରିତ ହୋଇ ଆଁସ ଗାଡି ଚଳାଚଳକୁ ବନ୍ଦ କରିଥିଲେ। ଯଦି ଶୀଘ୍ର ସମାଧାନ ନ ହୁଏ, ତେବେ ଆଗାମୀ ଦିନରେ ରାସ୍ତା ରୋକ ସହ ଭୟାବହ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।


କଳାହାଣ୍ଡି ଜିଲ୍ଲା ପ୍ରତିନିଧି ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ