ନବରଙ୍ଗପୁର, ୧୦/୦୪ ( ଶେଖର ଖୁରା ) : ନବରଙ୍ଗପୁର ଜିଲ୍ଲା ଓ ଦୌରା ଜଜ ମାନ୍ୟବର ବିଚାରପତି ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଏକ ଦୁଷ୍କର୍ମ ଘଟଣା ର ବିଚାରଣା କରି ଉପଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଅଭିଯୁକ୍ତ ଡମୁ ସିଂ ଭତରା କୁ କୁ ନିର୍ଦୋଷରେ ଖଲାସ କରିଛନ୍ତି*। *ସୂଚନା ଅନୁଯାୟୀ ,ପାପଡାହାଣ୍ଡି ଥାନା ଅନ୍ତର୍ଗତ ଛତ୍ରବର ଗ୍ରାମର ପୀଡିତା ଗତ 28/06/2025 ତାରିଖ ଦିନ ପାପଡାହାଣ୍ଡି ଥାନାରେ କେସ ନମ୍ବର 137/25ପ୍ରକାରେ ଏକ ଲିଖିତ ଅଭିଯୋଗ କରିଥିଲେ ଯେ, ତାଙ୍କୁ ତାଙ୍କ ଗ୍ରାମର ସୁରେନ୍ଦ୍ର ଭତରା ଓରଫ ଡମୁ ଉକ୍ତ ବିବାହିତା ପୀଡିତା କୁ କହିଲା ଯେ, ଯେହେତୁ ତୋର ବିବାହ ର ଅନେକ ବର୍ଷ ପରେ ମଧ୍ୟ କୌଣସି ସନ୍ତାନ ହେଉନି ମୁଁ ତୋତେ ବିବାହ କରି ଭଲରେ ରଖିବି ବୋଲି ବିଭିନ୍ନ ପ୍ରଲୋଭନ ଦେଖାଇ ପୀଡିତା ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିବା ସହ ଉକ୍ତ ଘଟଣା କୁ ଗାଁ ସାରା ପ୍ରଚାର କଲା ଏବଂ ସେ ପୀଡିତା କୁ ସ୍ତ୍ରୀ ଭାବରେ ରଖିବାକୁ ମନା କରିବା ସହ ଏହି ଘଟଣା କୁ ପ୍ରଘଟ କଲେ ପୀଡିତା କୁ ଜୀବନରେ ମାରିଦେବାର ଧମକ ଦେଇଥିଲା l * l *ପୋଲିସ ଘଟଣା ର ତଦନ୍ତ କରି ଅଭିଯୁକ୍ତ ସୁରେନ୍ଦ୍ର ଭତରା ଓରଫ ଡମୁ କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା ନାମରେ ଭାରତୀୟ ନ୍ୟାୟ ସଂହିତା ର ଧାରା 69 ଓ 351(3)ପ୍ରକାରେ ମାମଲା ରୁଜୁ କରିଥିଲେ ଯାହାର କୋର୍ଟ କେସ ନମ୍ବର ଥିଲା CT-43/25* l *ସମସ୍ତ 14 ଜଣ ସାକ୍ଷ୍ୟ ପ୍ରମାଣ କୁ ଭିତ୍ତି କରି ମାନ୍ୟବର ଜିଲ୍ଲା ଓ ଦୌରା ଜଜ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକ ଅଭିଯୁକ୍ତ ସୁରେନ୍ଦ୍ର ଭତରା ଓରଫ ଡ଼ମୁ କୁ ନିର୍ଦୋଷ ରେ ଖଲାସ କରିଛନ୍ତି* l *ଅଭିଯୁକ୍ତଙ୍କ ପକ୍ଷରୁ ମାମଲା କୁ ବରିଷ୍ଠ ଆଇନଜୀବି ନରସିଂହ ତ୍ରିପାଠୀ ଓ ସହଯୋଗୀ ପ୍ରଫୁଲ୍ଲ ସିଂ,ଶେକ ବାବା ଅଲିଶା ଓ ସହଯୋଗୀ ମାମଲା କୁ ପରିଚାଳନା କରୁଥିଲେ*
ଶେଖର ଖୁରା ଙ୍କ ରିପୋର୍ଟ ନବରଙ୍ଗପୁର
