ଭାରତୀୟ ଜନତ।ପ।ଟିର ୪୭ତମ ପ୍ରତିଷ୍ଠା ଦିବସ ଉତ୍ସବ ପ।ଳିତ ହୋଇଛି ।
ନବରଙ୍ଗପୁର, ୬/୪ ( ଗୋବିନ୍ଦ ତ୍ରିପାଠୀ ) : ଆଜି ନବରଙ୍ଗପୁର ଜିଲ୍ଲା କାର୍ଯ୍ୟାଳୟରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀଶଙ୍କର ମାଝୀ ଏବଂ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ଭାରତୀୟ ଜନତା ପାର୍ଟିର ୪୭ତମ ପ୍ରତିଷ୍ଠା ଦିବସ ପାଳନ କଲେ । ଡଃ ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ବାରା ପ୍ରତିଷ୍ଠିତ ବିଜେପି ଅଗଣିତ ଶ୍ରେଷ୍ଠ କର୍ମକର୍ତ୍ତାଙ୍କୁ ଦେଶସେବାର ପଥରେ ପ୍ରେରିତ କରିଆସିଛି। ଏହି ସମର୍ପଣ ଓ ନିଷ୍ଠାର ଫଳରୂପେ ଆଜି ବିଜେପି ବିଶ୍ବର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇ ଏକ ବିରାଟ ବଟବୃକ୍ଷର ରୂପ ନେଇଛି। ଏହି ଅବସରରେ ଆମେ ସମସ୍ତେ ଦଳର ଆଦର୍ଶ ଓ ସିଦ୍ଧାନ୍ତକୁ ଅନୁସରଣ କରି ଦେଶର ସମଗ୍ର ବିକାଶ, ଗରିବ ଓ ପଛୁଆ ବର୍ଗଙ୍କ ଉନ୍ନତି ସହ “ବିକଶିତ ଭାରତ" ଗଠନରେ ଆମ ଅବଦାନକୁ ଆହୁରି ସୁଦୃଢ଼ କରିବା ପାଇଁ ସଙ୍କଳ୍ପ ନେଲେ ।