Hot Posts

6/recent/ticker-posts

ନଳକୂପ ଅଚଳ , ପିଇବା ପାଣି ପାଇଁ ଲୋକେ ହନ୍ତସନ୍ତ

ଝରିଗାଁ, ୧୬/୦୪ (ନକୁଲ ଭତ୍ରା) : ଆକାଶରୁ ନିଆଁ ବର୍ଷୁ ଥିବାବେଳେ ଅସହ୍ୟ ଖରାରେ ଗ୍ରାମବାସୀ ପାଣି ପାଇଁ ଆଉଟୁ ପାଉଟୁ ହେଉଛନ୍ତି । ଆଜକୁ ପ୍ରାୟ ଦଶରୁ ପନ୍ଦର ଦିନ ସମୟ ହେଲା ନଳକୂପ ଅଚଳ ହୋଇଥିବା ବେଳେ ଗାଁ ରେ ଥିବା ଗୋଟିଏ ନଳକୂପ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି । ଅନେକ ଥର ସ୍ଥାନୀୟ ପ୍ରଶାସନକୁ କହି ଥକିଗଲେଣି ଗ୍ରାମବାସୀ । କୋୖଣସି ପ୍ରକାର ସୁଫଳ ମିଳୁନଥିବା କହିଛନ୍ତି । ଏହି ସମସ୍ୟା ହେଉଛି , ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଅନ୍ତର୍ଗତ ଧୋଡ୍ରା ପଞ୍ଚାୟତ ୧ନଂୱାର୍ଡ ବଡ଼ ଭିମାଗୁଡା ଗ୍ରାମରେ । ଭିମାଗୁଡା ଛକ ଓ ଖ୍ରୀଷ୍ଟୀୟାନ ସାହି ଏବଂ ଭିମାଗୁଡା ଭିତର ସାହିରେ ଥିବା ନଳକୂପ ଦଶରୁ ପନ୍ଦର ଦିନ ଅଧିକ ସମୟ ହେବ ଖରାପ ହୋଇଯାଇଛି । ଏବଂ ଗ୍ରାମରେ ମଧ୍ୟ ଗୋଟିଏ ପାଣିଟାଙ୍କି ରହିଛି ସଠିକ ଭାବରେ ପାଣି ଆସୁନାହିଁ । ସପ୍ତାହ ଭିତରେ ଦିନେ କିମ୍ବା ଦୁଇଦିନ ଛାଡ଼ି ଅଧ ଘଣ୍ଟାଏ ଲେଖାଏଁ ଅତି ମନ୍ଥର ଗତିରେ ପାଣି ଆସୁଛି । ପଞ୍ଚାୟତର ଅନ୍ୟ ସବୁ ଗାଁରେ କ୍ଷୀପ୍ର ଗତିରେ ପାଣି ଆସୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତିି । ଫଳରେ ମହିଳାମାନେ ଗ୍ରାମରେ ଥିବା ଗୋଟିଏ ନଳକୂପରୁ ଲମ୍ବା ଲାଇନ ଲଗେଇ ଘଣ୍ଟାଘଣ୍ଟା ଧରି ଅପେକ୍ଷା କରି ପାଣି ଆଣିବାକୁ ପଡୁଥିବାରୁ ଦୈନିକ ଜୀବନ ବ୍ୟାପକ ଭାବରେ ପ୍ରଭାବିତ ହେଉଥିବା କହିଛନ୍ତି । ଏହି ଘଟଣାକୁ ନେଇ ଗ୍ରାମ୍ୟ ଜଳଯୋଗାଣର ସହକାରୀ ଯନ୍ତ୍ରୀଙ୍କୁ ପଚାରି ବୁଝିବାରୁ ସରପଞ୍ଚ ଫୋନ କରି ପଠେଇବି ବୋଲି ଜଣେଇଲେ । ଗ୍ରାମବାସୀଙ୍କ କହିବାନୁଯାୟୀ ,ଗତବର୍ଷ ମଧ୍ୟ ପାଣି ପାଇଁ ରାସ୍ତାରୋକ କରିଥିଲେ । ପ୍ରଶାସନ ଆସି ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ତାହା ମଧ୍ୟ କୈାଣସି ଫଳପ୍ରଦ ହେଲାନାହିଁ । ତୀବ୍ର ଗ୍ରୀଷ୍ମରେ ପାଣି ସମସ୍ୟା କୁ ଗୁରୁତର ହେବା ସମ୍ଭାବନା ଥିବାରୁ ଗ୍ରାମବାସୀମାନେ ଚିନ୍ତା ବ୍ୟକ୍ତ କରିଛନ୍ତି । ଏ ବିଷୟରେ ସରପଞ୍ଚଙ୍କୁ ଫୋନ କରି ପଚାରିବାରୁ ସେ ଯାଞ୍ଚ କରି ମରାମତି କରାଯିବା କହିଛନ୍ତି । ତେବେ କେତେଦିନ ମଧ୍ୟରେ ନଳକୂପ ପଞ୍ଚାୟତ ପକ୍ଷରୁ ମରାମତି କରାଯିବ ତାହା ଦେଖିବାକୁ ବାକି ରହିଲା ?